ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ ସ୍ୱେଚ୍ଛାସେବୀ ସମନ୍ୱୟ ସମିତି ତରଫରୁ ଶୁଭେଚ୍ଛା
କଟକ : କସ୍ତୁରବା ଗାନ୍ଧି ରାଷ୍ଟ୍ରୀୟ ସ୍ମାରକନିଧି ଓଡିଶା ଶାଖାର ମୁଖ୍ୟ ସୁଶ୍ରୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ଜୀବନବ୍ୟାପୀ ସାଧନା, ତ୍ୟାଗ, ଉତ୍ସର୍ଗ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ରାଜ କିଶୋର ନାୟକ ସ୍ମୃତି ସମ୍ମାନ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିବାରୁ କଟକ ଜିଲ୍ଲା ସ୍ୱେଚ୍ଛାସେବୀ ସମନ୍ୱୟ ସମିତି ତରଫରୁ ଏହାର ଆବାହକ ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତ୍କଳ ସେବକ ସମାଜ ତରଫରୁ ସଂପାଦକ ଅମୀୟ ଭୂଷଣ ବିଶ୍ୱାଳ, ସଭାପତି କମଳାକାନ୍ତ ମହାନ୍ତି, ନିର୍ଦ୍ଦେଶକ ଇଂ ଅନ୍ୱୟ ଅଭିନବ, ପ୍ରଶାସନିକ ଅଧିକାରୀ ମଳୟ କୁମାର ଷଡଙ୍ଗୀ ବରିଷ୍ଠ ସଭ୍ୟ ପ୍ରମୋଦ କୁମାର ଓଝା ସତ୍ୟଭାମାପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥଳିରେ ସାକ୍ଷାତ କରି ଓଡିଶାର ସମସ୍ତ ସଂଗଠନ ଓ କର୍ମୀମାନଙ୍କ ତରଫରୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ସର୍ବୋଦୟ ପରିବାର ଓ ସଂଗ୍ରାମୀ ରାଜ କିଶୋର ନାୟକ ସ୍ମୃତି ସଂସଦ ସୁଶ୍ରୀ ମଲ୍ଲିକଙ୍କୁ ଏପରି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରିଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।
