ନେତାଜୀଙ୍କ ଜନ୍ମପୀଠରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ମାଲ୍ୟାର୍ପଣ
କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଓଡିଆବଜାରସ୍ଥିତ ନେତାଜୀଙ୍କ ଜନ୍ମପୀଠରେ ମାହାସମାରୋହରେ ନେତାଜୀ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆବଜାରସ୍ଥିତ ଜାନକୀନାଥ ଭବନରେ ପହଂଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ଜନ୍ମ ସଂଗ୍ରହଳୟର ସମସ୍ତ ପ୍ରକୋଷ୍ଠ ପରିଦର୍ଶନ କରିଥିଲେ । ସେହିପରି କିଛି ସମୟ ପରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜନˆପୀଠରେ ପହଂଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବାସ୍ତବରେ ସୁଭାଷ ବୋଷ ଜଣେ ନେତା ଥିଲେ ବୋଲି ମତପ୍ରକାଶ କରିଥିଲେ । ତାଙ୍କ ନେତୃତ୍ୱରେ ଆଜାଦ ହିନ୍ଦ ଫୈାଜ ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁ ମୁକ୍ତି ଯୁଦ୍ଧ କରିଥିଲେ ତାହା ଇତିହାସରେ ଲିପିବଦ୍ଧ ହୋଇଥିବା ମତ ଦେଇଥିଲେ । ଲଳିତକାଳା ଏକାଡେମୀ ପକ୍ଷରୁ ନେତାଜୀଙ୍କ ସଂପର୍କରେ ବିଭିନ୍ନ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପଟ୍ଟଚିତ୍ରକୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ବୁଲି ଦେଖିଥିଲେ । ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ସିଏମସି ମେୟର ସୁବାସ ସିଂହ, ବିଧାୟକ ମହମ୍ମଦ ମୋକିମ, ବିଧାୟକ ସୈାଭିକ ବିଶ୍ୱାଳ, ଚିରଂଜୟ ସାହୁ, ରମ୍ଜାନ ଖାନ, ରଂଜନ ବିଶ୍ୱାଳ, ହିମାଂଶୁ ମହାନ୍ତି, ବିନୋଦ ବେହେରା, ବିଜେପି ନେତା ଲଲାଟେନ୍ଦୁ ବଡୁ, ନୟନ ମହାନ୍ତି, ବସ୍ତିନେତା ବୃନ୍ଦାବନ ଦାସ ଆଜାଦ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସବ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଂଜନ କୁମାର ଦାସ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀ ଜନ୍ମସ୍ଥାନ ଟ୍ରଷ୍ଟ ସଚିବ ଅଶ୍ୱିନୀ କୁମାର ଶତପଥୀଙ୍କ ନେତୃତ୍ୱରେ ଜିଲ୍ଲା ସଂ୍କୃତି ବିଭାଗ ପକ୍ଷରୁ ନେତଜୀଙ୍କ ଜନ୍ଡ ପ୍ରକୋଷ୍ଠରେ ହୋମଯଜ୍ଞ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଜିଲ୍ଲା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରାତଃ ୪ଟା ୩୦ ମିନିଟରେ ସହରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ପରିଚାଳନା କରିଥିଲେ ।
