ରାମଲୀଳା ପ୍ରଚାର ସମିତିର ଗ୍ରାମସଭା
କଟକ : ଜୟମା ମଙ୍ଗଳା ରାମଳୀଲା ପ୍ରଚାର ସମିତି, ପାଇକସାହିର ଅନୁରୋଧ କ୍ରମେ ଓ ଜୟ ମହାବୀର ଗ୍ରାମ କମିଟି ସହଯୋଗରେ ପାଇକସାହି ସ୍ଥିତ ରାମଲୀଳା ମଣ୍ଡପଠାରେ କେନ୍ଦ୍ରୀୟ ରାମଲୀଳା ପ୍ରଚାର ସମିତି, ମାରୁତିମଣ୍ଡପ ପକ୍ଷରୁ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ପାଇକସାହି ମୁରବି ବଂଶୀଧର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସମିତିର ସଭାପତି ଚୈାଧୁରୀ କାଶୀନାଥ ମଲ୍ଲିକ ପରିଚାଳନା କରିଥିଲେ । ଗ୍ରାମ କମିଟି ସଂପାଦକ ନଳିନ ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସର୍ବବ୍ୟବସ୍ଥାପକ ଗୋପାଳ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଲୋକ ସଂପର୍କ ପ୍ରମୁଖ କୈଳାସ ଚନ୍ଦ୍ର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅତିଥି ଭାବେ କଟକ ନାଗରିକ ମହାସଭାର ସଭାପତି ତଥା ସମାଜସେବୀ ଡା. ରବିଂରଜନ ସାହୁ, ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ଆଇନଜୀବୀ ମିଲନ କୁମାର ବଡୁ ଯୋଗଦେଇ ଆଧ୍ୟାତ୍ମିକ ଶକ୍ତି ହିଁ ବିପଥଗାମୀ ମାନବକୁ ଉଚିତ୍ ମାର୍ଗକୁ ଆଣିପାରିବ ବୋଲି କହିଥିଲେ । ପ୍ରବଚକ ପ୍ରଦୀପ୍ତ କୁମାର ମହାପାତ୍ର, ଡ. ବିଦ୍ୟୁତପ୍ରଭା ମିଶ୍ର ଓ ପ୍ରଫେସର ନୀଳକଣ୍ଠ ରାଉତ ପ୍ରବଚନ ମାଧ୍ୟମରେ ରାମରସ ସୁଧା ପାନ କରାଇଥିଲେ । ଏହି ସଭାରେ ଗୁରୁ ଚକ୍ରଧର ମହାରଣା, ନିରଂଜନ ନାୟକ, ଭରତ ବେହେରା, କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ଦିଲ୍ଲିପ କୁମାର ସ୍ୱାଇଁ, ବାଉରୀବନ୍ଧୁ ସାହୁ, କାଳନ୍ଦି ଚରଣ ସେନାପତି, ଉପସଭାପତି ଅଶୋକ ଦାଶ, ବିକି ଚକ୍ରବର୍ତ୍ତୀ, ନିମାଇଁ ଚରଣ ଲେଙ୍କା, ରସାନନ୍ଦ ସାହୁ, ନିକୁଂଜ ବିହାରୀ ମହାପାତ୍ର, ସନ୍ତୋଷ ମଲ୍ଲିକ, ଲକ୍ଷ୍ମୀନାରାୟଣ ମଲ୍ଲିକ, ନାରାୟଣ ମୁଦୁଲି, ବାଉରୀବନ୍ଧୁ ନାୟକ, କୈାଶିକ ଜେନା, ପ୍ରଦୀପ ସେନାପତି, ସୁବାସ ଚନ୍ଦ୍ର ମୁଖୀ, ତ୍ରିଲୋଚନ ବେହେରା, ଭାଗ୍ୟଧର ବାରିକ, ବିଶ୍ୱନାଥ ବେହେରା, ଘନଶ୍ୟାମ ବେହେରା, କିଶୋର ବାରିକ, କେଶବ ଜେନା, ସୁଶାନ୍ତ ଦାସ, ଜିତେନ୍ଦ୍ର ବାରିକ, ବିଶ୍ୱମିତ୍ରା ମିଶ୍ର ଓ ଅନାମ ନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ନୃସିଂହ ଚରଣ ଜେନା ଧନ୍ୟବାଦ ଦେଇଥିଲେ । ଶେଷରେ ବିଜୟ ପାଇଟାଲ ରାମଧୂନ ଗାନ କରିଥିଲେ ।
