ଅନ୍ଦର୍ପୁର୍ ପ୍ରିମିୟିର୍ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
କଟକ : ୫୩ନଂ ୱାର୍ଡ ଅନ୍ତର୍ଗତ ଅନନ୍ଦପୁର ସ୍ଥିତ ନାଗେଶ୍ୱର କ୍ରିକେଟ୍ କ୍ଲବ ପକ୍ଷରୁ ରେଡକ୍ରସ ପଡିଆଠାରେ ଅନ୍ଦରପୁର ପ୍ରିମିୟିର ଲିଗ୍ର ଚତୁର୍ଥ ସଂସ୍କରଣ ଦିବା ରାତ୍ର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି । ୬ଟି ଦଳକୁ ନେଇ ଆୟୋଜିତ ୬ ଓଭର ବିଶିଷ୍ଟ ମ୍ୟାଚରେ ପ୍ରତ୍ୟେକ ଟିମ୍ ପରସ୍ପର ମଧ୍ୟରେ ଲିଗ ପର୍ଯ୍ୟାୟ ଖେଳିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଚୌଦ୍ୱାର କଟକର ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଗେଶ୍ୱର କ୍ରିକେଟ୍ କ୍ଲବର କର୍ମକର୍ତ୍ତାଙ୍କ ଉଦ୍ୟମରେ ହୋଇଥିବା ଟୁର୍ଣ୍ଣାମେଂଟକୁ ବେଶ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନା, ୱାର୍ଡ ସଭାପତି ସାରଙ୍ଗପାଣି ଷଡ଼ଙ୍ଗୀ, ପ୍ରାକ୍ତନ ଶିକ୍ଷାବିତ୍ ହରିହର ସାମଲ, ବରିଷ୍ଠ ମୁରବି ମନିନ୍ଦ୍ର ଗୋଚ୍ଛାୟତ୍, ଶରତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ସୌମ୍ୟରଞ୍ଜନ ସ୍ୱାଇଁ, ସତ୍ୟମ ପ୍ରହରାଜ, ସୁଧୀର କୁମାର ଜେନା, ସଂଜୀବ ମହାନ୍ତି, ବିଦ୍ୟାରଞ୍ଜନ ରାଉତରାୟ, ରଞ୍ଜନ କୁମାର ସାହୁ ଏବଂ ଚିତ୍ତରଞ୍ଜନ ଦାସଙ୍କ ସମେତ କ୍ଲବର ବହୁ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ ।
