୩୬୦ ଡିଗ୍ରୀ ସୋସିଆଲ ଆଣ୍ଡ ଏଜୁକେସ୍ନାଲ୍ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର
କଟକ : କଟକ ସଦର ଅନ୍ତର୍ଗତ ୪୨ ମୌଜା ସ୍ଥିତ କୂଳସରିଚୁଆଁ ଠାରେ ଥିବା ୩୬୦ ଡିଗ୍ରୀ ସୋସିଆଲ ଆଣ୍ଡ ଏଜୁୁକେସ୍ନାଲ୍ ଟ୍ରଷ୍ଟ ତରଫରୁ ବୃକକ୍ ଓ ହୃଦରୋଗର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଚିକିତ୍ସାବିତ୍ ଡାକ୍ତର ସଦାଶିବ ମିଶ୍ର ଶିବିରରେ ଯୋଗଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଅମର ନାୟକ, ସଭାପତି ନିବେଦିତା ନାୟକ, ଉପ-ସଭାପତି ଶୁଭଶ୍ରୀ ଶୁଭସି୍ମତା ସ୍ୱାଇଁ, ଯୁଗ୍ମ ସମ୍ପାଦିକା ପ୍ରିୟତମା ଜେନା, ସମ୍ପାଦିକା ଆୟୁସ୍ମିତା ନାୟକ, ପ୍ରଶାସନିକ ମୁଖ୍ୟ ପ୍ରିୟବ୍ରତ ବିଶ୍ୱାଳ, କୋଷାଧ୍ୟକ୍ଷ ବିନୋଦ ବିହାରୀ ବେହେରା, ପ୍ରିତି ନାୟକ, ନାଗେଶ୍ୱର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ବହୁ ସଂଖ୍ୟାରେ ଲୋକମାନେ ଯୋଗଦେଇ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।
