ଶରୀର ପାଇଁ ଲାଭ ଦାୟକ ରସୁଣ ପତ୍ର ! ଦୂର ହୋଇଥାଏ ଏହିସବୁ ରୋଗ, ଜାଣନ୍ତୁ ବ୍ୟବହାର
ଖାଲି ରସୁଣ ଶରୀର ପାଇଁ ଯେତେ ଭଲ ତା ଠାରୁ ଭଲ ସ୍ପ୍ରିଂ ରସୁଣ ବା ରସୁଣ ପତ୍ର । ରସୁଣରେ ଏପରି ଅନେକ ଆୟୁର୍ବେଦିକ ଗୁଣ ରହିଛି ଯାହା ଓଜନ ହ୍ରାସ ଠାରୁ ଆରମ୍ଭ କରି ୟୁରିକ୍ ଏସିଡ୍ ଏବଂ ଡାଇବେଟିସ୍-କୋଲେଷ୍ଟ୍ରୋଲ୍ ନିୟନ୍ତ୍ରଣ ପର୍ଯ୍ୟନ୍ତ ଔଷଧ ପରି କାମ ଦେଇଥାଏ । ରସୁଣ ସହିତ ଏହାର ପତ୍ର ମଧ୍ୟ ଆଲିସିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ । ଆଲିସିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ କେବଳ ଶରୀରର ଚର୍ବି ନୁହେଁ ରକ୍ତରେ ବସିବାକୁ ଥିବା ଚର୍ବିକୁ ମଧ୍ୟ ତରଳିବାରେ ଯାଦୁ ଭଳି କାମ କରେ ।
ସବୁଜ ରସୁଣ ପତ୍ର ମେଟାବୋଲିକ୍ ହାର ବୃଦ୍ଧି ସହିତ ଇନସୁଲିନ୍ ଉତ୍ପାଦନକୁ ବଢାଇଥାଏ ଏବଂ ଶିରାରେ ଜମା ହୋଇଥିବା ଚର୍ବି ଏବଂ ମଇଳାକୁ ବାହାର କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ। ସବୁଜ ରସୁଣ ପତ୍ର ଖାଇବା ଦ୍ୱାରା, ଓଜନ ହ୍ରାସ ମଧ୍ୟ ଶୀଘ୍ର ହୋଇଥାଏ। ବ୍ଲଡସୁଗାର ରୋଗୀ ମଧ୍ୟ ଏହାକୁ ଖାଆନ୍ତି, ଯାହାଫଳରେ ତାଙ୍କ ଶରୀରରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥାଏ। ରସୁଣ ପତ୍ରକୁ ସୁପ୍ କିମ୍ବା ଶାଗ କରି ଖାଇବା ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ଅଟେ। ସେହିପରି ରସୁଣ ପତ୍ର ଶରୀରରେ ଯନ୍ତ୍ରଣାକୁ ହ୍ରାସ କରିବା ଏବଂ ଥଣ୍ଡା-କାଶ କିମ୍ବା ଫ୍ଲୁକୁ ରୋକିବା ବ୍ୟତୀତ ସବୁଜ ରସୁଣ ପତ୍ର ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ସବୁଜ ରସୁଣ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ଏବଂ ଶିରାରେ ଜମା ହୋଇଥିବା ଚର୍ବିକୁ ତରଳାଇଥାଏ। ଏହା ଦ୍ୱାରା ଶିରାପ୍ରଶିରା ସଫା ହୁଏ ଏବଂ ରକ୍ତ ପ୍ରବାହ ବୃଦ୍ଧି ହୋଇଥାଏ। ରସୁଣ ପତ୍ରରେ ଥିବା ଭିଟାମିନ୍ ସି ଶରୀରରେ ଥିବା ଆଇରନ ର ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ। ରସୁଣ ପତ୍ର ଖାଇବା ଦ୍ୱାରା ଲାଲ ରକ୍ତ କଣିକାର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ। ରସୁଣ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ ରୋଗରେ ସମ୍ଭାବନା ଥିବା କୋଷକୁ ମାରି ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ଏଥିରେ ଥିବା ଏଲିସିନ କ୍ୟାନସରର ସେଲକୁ କମ କରି ଆଣ୍ଟି କ୍ୟାନସର ସେଲକୁ ବଢାଇଥାଏ। ଏହାଦ୍ୱାରା ଶରୀର କ୍ୟାନସର ମୁକ୍ତ ହେବ। ଏହା ପ୍ରୋଷ୍ଟ୍ରଟ ଓ ବ୍ରେଷ୍ଟ କ୍ୟାନସରରୁ ବଞ୍ଚାଇବା ପାଇଁ ବହୁତ ଭଲ କାମ କରିଥାଏ।
ରସୁଣ ପତ୍ରର ଶାଗ ଉଚ୍ଚ ରକ୍ତଚାପକୁ କମ କରିଥାଏ। ଖାସ କରି ଉପରକୁ ଆସିବାକୁ ଥିବା ସିଷ୍ଟାଲିକ୍ ସ୍ତରକୁ କମାଇବାରେ ସାହାଯ୍ୟ କରିଥାଏ। ନାଡ଼ି ଓ ହୃଦୟ କମ୍ପନକୁ ଧୀର କରିଥାଏ ରସୁଣ ପତ୍ର । ସେହିପରି ଥଣ୍ଡାଦିନରେ ରସୁଣ ପତ୍ରର ଶାଗ ଶରୀରକୁ ଗରନମ ରଖିବାରେ ସାହାଯ୍ୟ କରିଥାଏ। ଏହା କେବଳ ଶରୀରରେ ହେବାକୁ ଥିବା ସମସ୍ୟା ନୁହେଁ ବରଂ ଔଷଧ ଦ୍ୱାରା ହେଉଥିବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ରସୁଣକୁ ଆପଣ ଖାଲି ପେଟରେ ଖାଆନ୍ତି ତେବେ ଆପଣଙ୍କ ତ୍ୱଚାରେ ମଧ୍ୟ ଚମକ ଦେଖାଦେଇଥାଏ।
(ବି:ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)
