ଗାଧୋଇଲା ବେଳେ ଭୁଲରେ ବି କରନ୍ତୁନି ଏହି ଛୋଟ ଭୁଲ୍, ବଢ଼ିପାରେ ହାର୍ଟ ଆଟାକ ସମସ୍ୟା
ଦେଶରେ ପ୍ରବଳ ଥଣ୍ଡା ଆରମ୍ଭ ହୋଇଗଲାଣି। ଆଉ ଏହି ପାଗରେ ଅଧିକ ହାର୍ଟଷ୍ଟ୍ରୋକ ଓ ହାଇ କୋଲଷ୍ଟ୍ରଲର ବିପଦ ଅଧିକ ହୋଇଥାଏ। ଯଦି ଆପଣ କୋଲେଷ୍ଟ୍ରଲ କିମ୍ବା ଉଚ୍ଚ ରକ୍ତଚାପ , ଥିକ୍ ବ୍ଲଡ, ବା ରକ୍ତ ଜମାଟ ପରି ସମସ୍ୟା ଦେଇ ଗତିକରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହି ସମୟରେ ଏହି ରୋଗ କାରଣରୁ ହାର୍ଟ ଆଟାକ ସମସ୍ୟା ବଢିଯାଇପାରେ। ଗତକିଛି ଦିନ ହେଲା ଥଣ୍ଡାରେ ଅନେକ ଲୋକ ପ୍ରାଣ ହରାଇଥିବା ନେଇ ରିପୋର୍ଟ ଆସିଛି। ଆଉ ବିଶେଷ କରି ମୃତ୍ୟୁ ଥଣ୍ଡା କାରଣରୁ ହାର୍ଟ ଆଟାକ ହେବାରୁ ହୋଇଛି। ହେଲେ କେବେ ଚିନ୍ତା କରିଛନ୍ତି ଥଣ୍ଡାଦିନେ ହିଁ କଣ ପାଇଁ ଅଧିକ ହାର୍ଟ ଆଟାକର ବିପଦ ରହିଥାଏ।
ତେବେ ଆଜି ଆପଣଙ୍କୁ ଏହା ପଛର କାରଣ ଆମେ କହିବୁ। ପ୍ରକୃତରେ ଗାଧୋଇବା ସମୟରେ ହେଉଥିବା ଛୋଟମୋଟ ଭୁଲ କାରଣରୁ ହାର୍ଟଆଟାକର ସମସ୍ୟା ଅଧିକ ବଢିଯାଇପାରେ । ହାଇ କୋଲେଷ୍ଟ୍ରଲ, ଥିକ ବ୍ଲଡ ଓ ରକ୍ତ ଜମାଟ ବାନ୍ଧିବା ପରି ରୋଗୀଙ୍କ କ୍ଷେତ୍ରରେ ଯେ, କେବଳ ହାର୍ଟଆଟାକ ହୁଏ ତାହା ନୁହେଁ ଏହି ଆଟାକ୍ ସାଧାରଣ ମଣିଷକୁ ମଧ୍ୟ ହୋଇଯାଇପାରେ। ତେବେ ଆପଣ ଯେତେବେଳେ ଗାଧୋଇବାକୁ ଯାଉଛନ୍ତି ସେତେବେଳେ ଏସବୁ କ୍ଷେତ୍ରକୁ ଧ୍ୟାନରେ ରଖନ୍ତୁ।
ଗାଧୋଇବା ବେଳେ ଏହିସବୁ ଭୁଲରୁ ବଞ୍ଚନ୍ତୁ :
ଗାଧୋଇବା ବେଳେ ଯଦି ଆପଣ ସର୍ବ ପ୍ରଥମେ ପାଣି ମୁଣ୍ଡ ଉପରେ ଢାଳୁଛନ୍ତି ତେବେ ଏହା ଆପଣଙ୍କ ଜୀବନ ନେଇପାରେ। ଗାଧୋଇବା ବେଳେ କେବେ ବି ପାଣି ଆଗ ମୁଣ୍ଡ ଉପରେ ଢାଳନ୍ତୁ ନାହିଁ। ତାହା ଯେଉଁ ବି ଋତୁରେ ହେଉ। ଗାଧୋଇବା ବେଳେ କିଛି ତରିକା ମନେ ରଖିବାକୁ ହେବ । ଗାଧୋଇବା ବେଳେ ସର୍ବ ପ୍ରଥମେ ପାଣି ନିଜ ପାଦ, ପରେ ଅଣ୍ଟା, ପରେ ଛାତି, ବେକ ଓ ଶେଷରେ ମୁଣ୍ଡରେ ପାଣିଢାଳିବ ଦରକାର। ସିଧାସଳଖ ପାଣି ମୁଣ୍ଡ ଉପରେ ଢାଳିବା ଦ୍ୱାରା କେପଲୈରୀ ଭେନ୍ ସଙ୍କୁଚିତ ହେବାର ଭୟ ରହିଥାଏ। ଏହି ଶିରା ସଙ୍କୁଚିତ ହେଲେ ରକ୍ତ ସଞ୍ଚାଳନରେ ବାଧା ଉପୁଜିଥାଏ। ଯାହା ଫଳରେ ରକ୍ତଚାପ ହଠାତ୍ ବଢିଯାଏ। ଥଣ୍ଡା ପାଣି କାରଣରୁ ମସ୍ତିଷ୍କର କୋଷ ସଙ୍କୁଚିତ ହୋଇଥାଏ। ଯାହାଫଳରେ ଉଚ୍ଚ ରକ୍ତଚାପ କାରଣରୁ ଶିରା ଫାଟିଯାଏ ଓ ଷ୍ଟ୍ରୋକ ଆଟାକ୍ ହୋଇଥାଏ । ସେହିପରି ହାର୍ଟରେ ସଠିକି ଭାବେ ବ୍ଲଡ ସରକୁଲେସନ ନହେଲେ ହାର୍ଟ ରେସପନ୍ସ କରିପାରେନି।
ଶରୀରର ବ୍ଲଡ ସର୍କୁଲେସନ ବା ରକ୍ତ ସଞ୍ଚାଳନ ଶିରା ମୁଣ୍ଡରୁ ନେଇ ପାଦ ପର୍ଯ୍ୟନ୍ତ ରହିଥାଏ। ଆଉ ଯେମିତି ମୁଣ୍ଡରେ ସିଧାସଳଖ ପାଣି ପଡେ ତେବେ ଶରୀରରେ ଥିବା ଶିରା ସଙ୍ଗେ ସଙ୍ଗେ ସଙ୍କୁଚିତ ହେବାରେ ଲାଗିଥାଏ। ଯାହାଫଳରେ ରକ୍ତ ସଞ୍ଚାଳନ ହେବା ହ୍ରାସ ପାଇଥାଏ। ସେଥିପାଇଁ ଷ୍ଟ୍ରୋକ ଓ ହାର୍ଟ ଆଟାକର ମାତ୍ରା ଯଥେଷ୍ଟ ଅଧିକ ବଢିଯାଏ। କିଛିକିଛି ସମୟରେ ଥଣ୍ଡାପାଣି ପଡ଼ିବା ଦ୍ୱାରା ମସ୍ତିଷ୍କର ଶିରା ଫାଟିଯାଏ। ଆଉ ଏହି କାରଣରୁ ବାଥରୁମରେ ହିଁ ଅଧିକ ଷ୍ଟ୍ରୋକ ଓ ଆଟାକ୍ ହୋଇଥାଏ।
