ଆନ୍ତଃ ବିଦ୍ୟାଳୟ ପକ୍ଷରୁ କିଡ୍ସ ଟ୍ୟାଲେଣ୍ଟ ପ୍ରତିଯୋଗିତା
କଟକ : କଟକ ଟାଉନ୍ହଲ୍ ସ୍ଥିତ ଓମ୍ ସରସ୍ୱତୀ ଶିଶୁ ମନ୍ଦିର ଓ ରାଜ ଆଡଭାଇଟାଇଜିଂର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷା ଜୟନ୍ତୀ ଛତାରଙ୍କ ଅଧ୍ୟକ୍ଷତାରେ ଆନ୍ତଃ ବିଦ୍ୟାଳୟ କିଡ୍ସ ଟ୍ୟାଲେଣ୍ଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ନଳିନୀ ଦେବୀ ମହିଳା ଟ୍ରେନିଂ କଲେଜର ସହକାରୀ ପ୍ରଧ୍ୟାପକ ଡଃ ବିମଳ ଚରଣ ସ୍ୱାଇଁ ଉଦ୍ଘାଟକ ଭାବେ ଯୋଗଦେଇଥିବା ବେଳେ କଟକ ମହାନଗର ବିଜୁ ଯୁବ ଜନତା ଦଳର ଉପସଭାପତି ବିନୋଦ କୁମାର ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷକ ବିଜୟ କୁମାର ରଥ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ବିନାୟକ ‘ଲ’ ଏକାଡେମୀର ନିର୍ଦ୍ଦେଶିକା ନିକିତା ମହାନ୍ତି, ବିଦ୍ୟା ବିକାଶ ସମିତିର ଉପ-ସଭାପତି ସୁରେଶ ଚନ୍ଦ୍ର ପଣ୍ଡା ଓ କାର୍ଯ୍ୟକାରୀ କମିଟି ସଭ୍ୟ ମାନସ ରଞ୍ଜନ କର ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
