ଜଜବା ପକ୍ଷରୁ ଆରମ୍ଭ ହେଲା ଫ୍ରି ବ୍ରେକଫାଷ୍ଟ
କଟକ : ସାମାଜିକ ସଂଗଠନ ଜଜବା ପକ୍ଷରୁ କଟକରେ ଆରମ୍ଭ ହୋଇଛି ଫ୍ରି ବ୍ରେକଫାଷ୍ଟ ସେବା । ରାମନବମୀ ଓ ରମଜାନ ପର୍ବ ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସ‘ଦର ହାଶିମଙ୍କ ନେତୃତ୍ୱରେ କଟକ ସହରର ଗରିବ ଓ ଅସହାୟଙ୍କ ପାଇଁ ଦରଘାବଜାର, ଓଡିଆବଜାର, ସୂତାହାଟ, କେଶରପୁର, ଗହ୍ମାଡିଆ ଆଦି ସ୍ଥାନରେ ଖାଦ୍ୟ ଷ୍ଟଲ ଖୋଲାଯାଇ ଲୋକମାନଙ୍କୁ କୁପନ ଜରିଆରେ ମାଗଣାରେ ଜଳଖିଆ ଯୋଗାଇ ଦିଆଯାଉଛି । ସୂଚନାଯୋଗ୍ୟ ଯେ, ଜଜବ ପକ୍ଷରୁ ଗରିବ, ଅସହାୟ ଲୋକମାନଙ୍କୁ ଖାଦ୍ୟ ଠାରୁ ଆରମ୍ଭ କରି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସିଲାଇ ମେସିନ ଓ ବିଭିନ୍ନ ଘରୋଇ ଉପକରଣ ଆଦି ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ସାହାନା ଇମତିଆଜ, ନଜିମା ସାହକତ, ରୋଜା ବେଗମ, ଏଫ ଇମିତିଆଜ, ସାହିନା ଇମିତିଆଜ ପ୍ରମୁଖ ଉପସ୍ଥିତ ରହି ବ୍ରେକଫାଷ୍ଟ ବଣ୍ଟନରେ ସହଯୋଗ କରିଥିଲେ । ଏହି ବ୍ରେକଫାଷ୍ଟ ସେବା ସହରର ବିଭିନ୍ନ ପ୍ରାନ୍ତରେ ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ସଫଦର ହାଶିମ କହିଛନ୍ତି ।
