ଏନଏଲୟୁଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଶିଶୁଙ୍କ ମଧ୍ୟରେ ସଚେତନତା
କଟକ : ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ ଓଡିଶା(ଏନଏଲୟୁଓ)ର ୨୬ ଜଣ ଛାତ୍ରଛାତ୍ରୀ ବସୁନ୍ଧରା ଅନୁଷ୍ଠାର ଶିଶୁମାନଙ୍କ ମଧ୍ୟରେ କିଶୋର ନ୍ୟାୟ ଆଇନ ବ୍ୟବସ୍ଥା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀମାନେ ନାଟକ ଜରିଆରେ କିଶୋର ନ୍ୟାୟ ଆଇନ ୨୦୧୩ର ବ୍ୟବସ୍ଥା ଅନ୍ତର୍ଭୁକ୍ତ ବିଷୟ ଯଥା ବାଧ୍ୟତାମୂଳକ କାଉନସେଲିଂ, ଧନ୍ଦାମୂଳକ ପ୍ରଶିକ୍ଷଣ ଓ ଥଇଥାନ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହା ସହିତ ଶିଶୁଗୃହରେ ଶିଶୁମାନଙ୍କ ନିମନ୍ତେ କି ପ୍ରକାରର ସୁବିଧା ସୁଯୋଗ ରହିଛି ଓ ସେମାନଙ୍କ ଜୀବନ ଯାପନ ପ୍ରଣାଳୀ ଉପରେ ଶିଶୁମାନଙ୍କଠାରୁ ପଚାରି ବୁଝିଥିଲେ । ବସୁନ୍ଧରାର ପ୍ରତିଷ୍ଠାତା ସଭାନେତ୍ରୀ ଶୈଳ ବେହେରାଙ୍କ ସହ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏନଏଲୟୁଓର ଅଧ୍ୟାପିକା ଶିବାନୀ ମାଙ୍ଗେନ, ସ୍ୱତନ୍ତ୍ର ଅଧିକାରୀ ଦୁର୍ବାଦଳ ମନ୍ତ୍ରୀ ପରିଚାଳନା କରିଥିଲେ । ବସୁନ୍ଧରାର ଅକ୍ଷୟ ସ୍ୱାଇଁ, ଶ୍ୱେତାଲୀନା ଆଚାର୍ଯ୍ୟ, ମୋହିନୀ ମୋହନ ଓ ସୁବର୍ଣ୍ଣା ବାରିକ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏଲୟୁଓର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I
