କୃଷକ ସାଥି ମହାସଂଘ ତିହିଡ଼ି ଶାଖାର ବୈଠକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୃଷକ ସାଥି ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ତିହିଡ଼ି ବ୍ଲକ ପରିସରରେ ସଂଘର ସଭାପତି ହରିହର ମଳିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଦୀପ କୁମାର ସାହୁ, ସୁମନ୍ତ କୁମାର ଦାସ, ସୁକାନ୍ତ କିଶୋର ନାୟକ, ପ୍ରତାପ କୁମାର ପୃଷ୍ଟି, ଗଣେଶ ଖାମୁରାଇ, ରାଜେନ୍ଦ୍ର ଜେନା, ଶଶଧର ଦାସ, ପ୍ରଭାତ କୁମାର ଦାସ, ବସନ୍ତ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ଦାସ ଓ ସମରଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ କରି କୃଷକ ସାଥିମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏହାର ସମାଧାନ ନିମନ୍ତେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ସରକାରଙ୍କର କୃଷି ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମରେ କୃଷକ ସାଥିମାନେ ସକ୍ରିୟ ଅଂଶ ଗ୍ରହଣ କରି ଏହାର ସଫଳ ରୂପାୟନ କରୁଛନ୍ତି । ବାର୍ଷିକ ମାତ୍ର ୧୨ ହଜାର ଟଙ୍କା ଏହି ମାନଙ୍କୁ ଦିଆଯାଉଛି । କୃଷି ସମ୍ପର୍କୀତ ସରକାରଙ୍କର ବିଭିନ୍ନ ଯୋଜନା କୃଷକମାନଙ୍କ ନିକଟରେ ପହଞ୍ଚାଇବା ବ୍ୟତୀତ କାଳିଆ ଯୋଜନାର ପୋଷ୍ଟର/ବ୍ୟାନର କୃଷକ ସାଥିମାନେ ମାରିବା ଠାରୁ ଆରମ୍ଭ କରି ଜଳ ସେଚନ ଓ ବଳରାମ ଯୋଜନା ସମ୍ପର୍କୀତ ରିପୋର୍ଟ ସଂଗ୍ରହ କରିଥା’ନ୍ତି କୃଷକ ସାଥିମାନେ । ଏପରି ପରିସ୍ଥିତିରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ କୌଣସି ସର୍ବନିମ୍ନ ଆବଶ୍ୟକତା ପୂରଣ କରାଯାଉନାହିଁ । ସରକାର ଚାଷୀଙ୍କୁ ମୋବାଇଲ ଫୋନ ବାଣ୍ଟିଲେ, ହେଲେ କୃଷକ ସାଥି ବଞ୍ôଚତ ହେଲେ । ସେମାନଙ୍କୁ କୃଷି କର୍ମଚାରୀର ମାନ୍ୟତ ଦେଇ ମାସିକ ପାରିଶ୍ରମିକ ଦେବା ସହ ଯାତାୟତ ନିମନ୍ତେ ସର୍ବନିମ୍ନ ସାଇକେଲ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇଦେବାକୁ ଦାବି କରାଯାଇଥିଲା ।
