ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ
ପ୍ୟାରେଡ଼୍ରେ ଅଂଶ ଗ୍ରହଣ କଲେ ୩୩ ଟି ଦଳ
ଭଦ୍ରକ : ପୂର୍ବ ପ୍ରସ୍ତୁତି ଅନୁଯାୟୀ ୭୪ତମ ସାଧାରଣତନ୍ତ୍ର ଦିବସ ୨୦୨୩ କୁ ଭଦ୍ରକ ଜିଲ୍ଲା ସ୍ତରରେ ଭଦ୍ରକ କଲେଜ ଖେଳ ପଡ଼ିଆରେ ମହା ସମାରୋହରେ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ଼୍ ପରିଦର୍ଶନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଭଦ୍ରକ ପୌରାଞ୍ଚଳରେ ରାମଧୂନ ପରିକ୍ରମା କରାଯାଇଥିଲା । ସକାଳ ୭ଟା ମଧ୍ୟରେ ଭଦ୍ରକ ସହର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ସମସ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ପ୍ରଭାତଫେରୀରେ ଯାଇ ଉତ୍ସବ ସ୍ଥଳରେ ପହଞ୍ôଚଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ୩୩ ଗୋଟି ପ୍ୟାରେଡ଼୍ କଣ୍ଟିଜେଣ୍ଟ ମାନଙ୍କୁ ନେଇ ମାର୍ଚ୍ଚପାଷ୍ଟ କରାଯାଇଥିଲା । ଆର୍.ଆଇ.ପୋଲିସ୍ ମନୋରଞ୍ଜନ ତରେଇ ଓ ସେକେଣ୍ଡ ଇନ୍କମାଣ୍ଡ ଚିତ୍ତରଞ୍ଜନ ମହାନ୍ତି ପ୍ୟାରେଡ଼ ପରିଚାଳନା କରିଥିଲେ । ଏନ୍.ସି.ସି.ର ସିନିଅର, ଜୁନିୟର, ସିଭିଲିଆନ୍ର ସିନି୍ୟ୍ର , ଜୁନିୟର ସହ ସ୍କାଉଟ୍, ଗାଇଡ଼୍, ରେଡକ୍ରସ୍, ଆଦି କଣ୍ଟିଜେଣ୍ଟ ଦଳ ପ୍ୟାରେଡ଼୍ରେ ଅଂଶ ଗ୍ରହଣ କରିଥିଲେ । ଏସ୍.ପି. ବରୁଣ ଗୁଣ୍ଟୁପାଲି ମୁଖ୍ୟ ଅତିଥିଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆମ ଦେଶ ପାଇଁ ସ୍ୱାଧୀନତା ଆଣି ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରି ମହାମନିଷୀ ମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ପୂରଣ କରିବାକୁ ଆମକୁ ଆହୁରି ବିକାଶ ପଥରେ ଆଗେଇବାକୁ ପଡ଼ିବ ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ । ପ୍ୟାରେଡ଼ ପରେ ସ୍କୁଲ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଦିବସ ଉପଲକ୍ଷେ ପୂର୍ବରୁ ଅନୁଷ୍ଠିତ ଓଡ଼ିଆ ଇଂରାଜୀ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ପ୍ୟାରେଡ଼୍ ରେ ସର୍ବୋତ୍ତମ ପ୍ରଦର୍ଶନ ଆଧାରରେ ମଧ୍ୟ ପ୍ରତିବର୍ଗରେ ଟ୍ରଫି ପ୍ରଦାନ କରାଯାଇଥିଲା । ସାଂସ୍କୃତିକ ପ୍ରତିଯୋଗୀ ଦଳମାନଙ୍କ ମଧ୍ୟରେ ଏସ୍.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲ, ସରକାରୀ ବାଳିକା ହାଇସ୍କୁଲ ଭଦ୍ରକ, ସେଣ୍ଟଜାଭିୟର ସ୍କୁଲ ପୁରସ୍କୃତ ହୋଇଥିଲେ । ପରେ ପରେ ମୁଖ୍ୟ ଅତିଥି ଅନ୍ୟମାନଙ୍କ ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ôଚ ରକ୍ତଦାନ ଶିବିର ପରିଦର୍ଶନ କରି ରୋଗୀମାନଙ୍କୁ ଜିଲ୍ଲାସ୍କୁଲ ଓ ବସ୍ ସିଣ୍ଡିକେଟ ଦ୍ୱାରା ପ୍ରଦତ୍ତ୍ୱ ଫଳ ବଣ୍ଟନ କରିଥିଲେ । ଶେଷ କାର୍ଯ୍ୟକ୍ରମ ରୂପେ ସଂସ୍କୃତି ଭବନରେ ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ତତ୍ତ୍ୱାବଧ।।ନରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଫିତାକାଟି ଉଦ୍ଘାଟନ କରିବା ସହହିତ ଏସ୍.ପି.ଙ୍କ ସହିତ ବୁଲି ସମସ୍ତ ଚିତ୍ରକଳାକୁ ଦେଖି ଚିତ୍ରଶିଳ୍ପୀ ମାନଙ୍କ ପ୍ରଶଂସା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଅତିରିକ୍ତ ଏସ୍.ପି. ବିଜୟ କୁମାର କେର୍କେଟା, ଡି.ଏସ୍.ପି.ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ମୋଜାମିଲ୍ ଖାଁ, ସି.ଟି.ଡ଼ି.ଏସ୍.ପି ପ୍ୟାରେଡ଼୍ରେ ବିଚାରକଭାବେ ମୂଲ୍ୟାଙ୍କନ କରିଥିଲେ ।
