ସମାଜସେବୀ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
କଟକ : ଯୋବ୍ରା ଅଂଚଳର ଯୁବ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଭୁୟାଁ କେଦାରନାଥ ଦର୍ଶନ କରି ଫେରୁଥିବା ସମୟରେ ଦୁର୍ଘଟଣା ହେବା ଦ୍ୱାରା ଏକ ପଥରଖଣ୍ଡ ତାଙ୍କର ମୁଣ୍ଡରେ ମାଡ ହେବା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ସାମରିକ ବିଭାଗର କର୍ମଚାରୀମାନେ ଉତ୍ତରାଖଣ୍ଡ ଆୟୁଷ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଥିବା ବେଳେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି । ଏହି ଖବର ଯୋବ୍ରା ଅଂଚଳର ସମସ୍ତ ଅଧିବାସୀଙ୍କୁ ସ୍ତମ୍ଭୀଭୁତ କରିଦେଇଛି । ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ଭୁୟାଁଙ୍କ ଅକାଳ ବିୟୋଗରେ ଯୋବ୍ରା ଦୁର୍ଗାପୂଜା ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଜେନା ଓ କମିଟିର ଶ୍ରୀମନ୍ତ ଦାସ, ତପନ ବେହେରା, ମଳୟ ବେହେରା, ମୃତ୍ୟୁଞ୍ଜୟ ବେହେରା, ମନୋରଂଜନ ଜେନା, ତ୍ରୈଲୋକ ବେହେରା, ଲୋକନାଥ, ଚିରଂଜୟ ବେହେରା, ସାରଦା ପ୍ରସନ୍ନ ମହାନ୍ତି, ସୁରେନ୍ଦ୍ର କୁମାର ଦାସ, ସୁକାନ୍ତ ବେହେରା, ସୈାମ୍ୟକାନ୍ତ ଜେନା ଓ କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ବୋଲି କମିଟିର ସାଂଗଠନିକ ସଂପାଦକ ନିକୁଂଜ ପଶାୟତ ଜଣାଇଛନ୍ତି ।
