ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ବାରିକଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ସିନ୍ଦୋଳ ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ନାୟକ (ଭାବ)ଙ୍କର ମଙ୍ଗଳବାର ରାତିରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେବ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ଦୀର୍ଘଦିନ ହେବ କଂଗ୍ରେସ ଦଳରେ ରହି କାର୍ଯ୍ୟ କରୁଥିଲେ । ଜଣେ ଦକ୍ଷ ସଂଗଠକ, ସମାଜସେବୀ, ମିଷ୍ଠଭାଷୀ, ଅନୁଷ୍ଠାନପ୍ରେମୀ, ଶାନ୍ତ, ସରଳ, ଅମାୟିକ, ନିର୍ମାୟା ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବୁଧବାର ସକାଳେ ତାଙ୍କ ମରଶରୀରକୁ ଭୁବନେଶ୍ୱରରୁ ତାଙ୍କ ଗ୍ରାମ ସେନବାର୍ଡ଼କୁ ଅଣାଯାଇଥିଲା । ଖବର ପାଇ ବାସୁଦେବପୁର ନିର୍ବଚନମଣ୍ଡଳୀ କଂଗ୍ରେସ ନେତା ଅଶୋକ ଦାସ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ସରପଞ୍ଚ ସୁପ୍ରଭା ପାଣି, ସମିତିସଭ୍ୟ ନକୁଳ ଚନ୍ଦ୍ର ବାରିକ, ପୂର୍ବତନ ସରପଞ୍ଚ ମୀନକେତନ ସେନାପତି, ବୈକୁଣ୍ଠ ପାଣି, ସୁରେନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ପ୍ରବୀର ନାୟକ, ସରପଞ୍ଚଙ୍କ ପ୍ରତିନିଧି କମଳାକାନ୍ତ ଲେଙ୍କା, ସୁରେନ୍ଦ୍ର ସାହୁ, ଅରବିନ୍ଦ ଶତପଥି, ଅଶ୍ୱନୀ ମଲ୍ଲିକ, ଗୋଦାବରିଶ ପାଣିଗ୍ରାହୀ, ବିଷ୍ଣୁ ଚରଣ ମହାନ୍ତି, ପ୍ରତାପ ସାହୁ, ଦୀପକ ଦାସ, ଗୋରାବାବୁ ସାହା, ସେକ୍ ଅବଦୁଲା, ଅନିରୁଦ୍ଧ ବାରିକ, କୈଳାସ ଲେଙ୍କା, କୈଳାସ ରାଉଳ, ଦିଲୀପ ଗୋଥ, ନାରାୟଣ ପୃଷ୍ଟି, ସରୋଜ ନାୟକ ପ୍ରମୁଖ ତାଙ୍କ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କ ମର ଶରୀରକୁ ଅବିଭକ୍ତ ସିନ୍ଦୋଳ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶେଷରେ ପୁତ୍ର ରାଜୀବ ଲୋଚନ ବାରିକ ମୁଖାଗ୍ନି ଦେଇଥିଲେ । ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଓ ପିସିସି ପୂର୍ବତନ ସମ୍ପାଦକ ସତ୍ୟାନନ୍ଦ ରାଉତ ଗଭୀର ଶୋକ ପ୍ରକାଶ କରିଛନ୍ତି ।
