କେନ୍ଦ୍ର ସମବାୟ ବ୍ୟାଙ୍କରେ ସମବାୟ ସପ୍ତାହ ପାଳିତ
କଟକ : କେନ୍ଦ୍ର ସମବାୟ ବ୍ୟାଙ୍କରେ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ବ୍ୟାଙ୍କର ସଭାପତି ପ୍ରଭାତ କନୁନଗୋ ସମବାୟ ପତାକା ଉତ୍ତୋଳନ କରିଥିଲେ । ସିଇଓ ଅଶୋକ କୁମାର ଦାସ ବ୍ୟାଙ୍କର ନବନିର୍ବାଚିତ ସଭାପତିଙ୍କୁ ସ୍ୱାଗତ କରିବା ସହ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସମବାୟ ବିକାଶ ଉପରେ ବୁଝାଇଥିଲେ । ଏହି ସଭାରେ ଏଷ୍ଟାବ୍ଲିଶମେଣ୍ଟ ମ୍ୟାନେଜର ରାଧାକାନ୍ତ ସ୍ୱାଇଁ, ଓ ଆଣ୍ଡ ଏ ମ୍ୟାନେଜର ଜେନାମଣି ସଂଜୀବ କୁମାର ରାୟ, ଲୋନ ମ୍ୟାନେଜର ଜନାର୍ଦ୍ଦନ ତ୍ରିପାଠୀ, ମୁଖ୍ୟ ଶଖାର ପରିଚାଳକ ରଂଜିତ କୁମାର ମହାପାତ୍ର, ରଂଜନ ପରିଡା, ଶକୁନ୍ତଳା ମହାନ୍ତି, ସୋନାଲୀନ ମହାପାତ୍ର, ସୈାମ୍ୟା ସୁରଜିତା, ଜ୍ୟୋତିର୍ମୟୀ ପୃଷ୍ଟି, ବିଶ୍ୱପ୍ରକାଶ ସାମଲ, ବିଶ୍ୱଜିତ ବେହେରା, ରୁନିବାଳା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।
