କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ବୁକ ଅଫ ରେକର୍ଡରେ ସିଏମସି
କଟକ : ଇତିହାସ ରଚିଲା କଟକ ମହାନଗର ନିଗମ (ସିଏମସି) । କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛି ସିଏମସି ।
କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୨୧୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ଏହି ରେକର୍ଡ କରିଛନ୍ତି । ପୂର୍ବରୁ ୧୩୦୪ଟି ଡଙ୍ଗା ତିଆରି ରେକର୍ଡ ରହିଥିବା ବେଳେ ଆଜି ଏହି ରେକର୍ଡ ବ୍ରେକ କରିଛି ସିଏମସି । ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ୫୦ଜଣ ଅଫିସିଆଲ୍ ଜୁରି ଏହାକୁ ପରିଚାଳନା କରୁଥିଲେ । କାର୍ଯ୍ୟକ୍ରମ ତଦାରଖ ପାଇଁ ଇଂଲଣ୍ଡରୁ ଗିନିଜର ଜଣେ ଜୁରି ମଧ୍ୟ ଉପସ୍ଥିତ ଥିଲେ ।
