ଦଶପଲ୍ଲାରେ ଆରମ୍ଭ ହେଲା ନବମ ଶ୍ରେଣୀ ବୋର୍ଡ ପରୀକ୍ଷ ପ୍ରଥମ ଦିନରେ ୧୧୦ ଅନୁପସ୍ଥିତ
ଦଶପଲ୍ଲା : ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ବାରା ପରିଚାଳିତ ନବମ ଶ୍ରେଣୀ ବୋର୍ଡ ପରୀକ୍ଷା ତଥା ସମ୍ମେଟିଭ୍-୧ ଗୁରୁବାର ଠାରୁ ଆରମ୍ଭ ହୋଇଛି। ଦଶପଲ୍ଲା ହାଇସ୍କୁଲ ନୋଡାଲ୍ ସେଣ୍ଟର ଅଧିନରେ ୨୭ଟି ହାଇସ୍କୁଲରେ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ଇଂରାଜୀ ପରୀକ୍ଷା ହୋଇଛି। ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେଉଛି। ନଭେମ୍ବର ୨ତାରିଖରେ ପରୀକ୍ଷା ସରିବ। ଦଶପଲ୍ଲାରେ ସମୁଦାୟ ୧୬୦୭ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ପ୍ରଥମ ଦିନରେ ୧୪୯୭ଜଣ ପରୀକ୍ଷା ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୧୧୦ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି।
