ବିଦ୍ଯାଳୟ ଗ୍ରୁହନିର୍ମାଣ ଦାବିରେ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ କଳଶାଖମଣ ପଞ୍ଚାୟତର ମଢିକୁମ୍ପା ପ୍ରାଥମିକ ବିଦ୍ୟାଳୟ ଗ୍ରୁହନିର୍ମାଣ ଦାବିରେ ଗୁରବାର ଦିନ ମହିଳା ଜିବିକା ସୁରକ୍ଷା ମଞ୍ଚ, ନୟାଗଡ଼ ପକ୍ଷରୁ ଦଶପଲ୍ଲା ବ୍ଳକ ଶିକ୍ଷା ଅଧିକାରୀଂକ କାର୍ଯାଳୟ ସମ୍ମୁଖର ଅହୋରାତ୍ର ଗଣଧାରଣା ଆରମ୍ଭ ହୋଇଛି। ବିଦ୍ଯାଳୟ ଛାତରୁ ପାଣି ଗଡୁଥିବାବେଳେ ଘରଗୁଡିକ ବିପଦଶଙ୍କୁଳ ହୋଇପଡିଛି। ପାନୀୟଜଳ ଓ ପରିମଳ ବ୍ୟବସ୍ଥା ମଧ୍ଯ ବିପର୍ଯ୍ୟସ୍ତ। ବାରମ୍ବାର ଦାବୀ ସତ୍ତ୍ବେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆ ନଯିବାରୁ ପୂର୍ବ ନିଷ୍ପତ୍ତି ମୁତାବକ ମଂଚ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି।
