ଶୀକାର ପାଇଁ ବଛାଯାଇଥିବା ବିଦ୍ୟୁତ୍ ତାର ଜବତ୍
ଦଶପଲ୍ଲା : ଗୁରୁବାର ସଂଧ୍ୟାରେ ବାଣୀଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ସଂସାର ବର୍ଗୀଆଙ୍କ ନେତୃତ୍ୱରେ ପାଟ୍ରୋଲିଂ ବେଳେ ବନ୍ୟପ୍ରାଣୀ ଶୀକାର ଉଦ୍ଦେଶ୍ୟରେ ବିଛା ଯାଇଥିବା ବିପୁଳ ପରିମାଣର ବିଦ୍ୟୁତ୍ ତାର ଜବତ୍ ହୋଇଛି । ସୂଚନାନୁସାରେ ବୁଗୁଡା ବିଟ୍ ହାଉସ୍ ଅନ୍ତର୍ଗତ ବୁଗୁଡା – ବାଂକତଇଳା ମଧ୍ୟସ୍ଥଳରେ ଆଜି ସଂଧ୍ୟାରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଉଚ୍ଚଶକ୍ତି ସଂପର୍ଣ୍ଣ ୧୧ କେ ଭି ବିଦ୍ୟୁତ୍ ତାରରୁ ହୁକ ପକାଇ ଶିକାର ପାଇଁ ତାର ବିଛାଇ ଯାଇଥିବାର କୌଣସି ସୁତ୍ରରୁ ଖବରପାଇ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ , ବନପାଳ ଦୀପ୍ତିରଂଜନ ଆଚାର୍ଯ୍ୟ , ବନପାଳ ଦୀପ୍ତିରଂଜନ ନାୟକ , ବନରକ୍ଷୀ ପୁଷ୍ପଲତା ପ୍ରଧାନ , ବନରକ୍ଷୀ ରାଜକୁମାର ଶତପଥୀ ସଦଳବଳେ ଚଢ଼ାଉ କରି ବିପୁଳ ପରିମାଣର ବିଦ୍ୟୁତ୍ ତାର , ଜିଆଇ ତାର ଜବତ୍ କରିଥିବାବେଳେ ଘଟଣାରେ କେଉଁମାନେ ସଂପ୍ରୁକ୍ତ ତାହା ଜଣାପଡିନାହିଁ।
