ଭଦ୍ରକ ରେଳ ଡାକ ସେବା ସ୍ଥାନାନ୍ତର ପ୍ରତିବାଦରେ ଦାବିପତ୍ର
ଭଦ୍ରକ : ଭଦ୍ରକ ରେଳ ଡାକ ସେବା ୧୯୬୬ ମସିହା ଭଦ୍ରକ ଠାରେ ସ୍ଥାପିତ ହୋଇ ଭଦ୍ରକର ଜରୁରୀ କାଳୀନ ସେବା ପ୍ରଦାନ କରି ଆସୁଅଛି । ପରନ୍ତୁ ୨୦୧୧ ମସିହାରେ ସରକାର ଭଦ୍ରକର ଥିବା ଦୃତ ଡାକ( ଷ୍ପିଡ ପୋଷ୍ଟ) ସେବାର ହବ ସେ ରକୁ ବାଲେଶ୍ୱର ସ୍ଥାନନ୍ତିରତ କରିଦେଲେ । ପୁନଶ୍ଚ୨୦୧୮ରେ ରେଜଷ୍ଟ୍ରି ପାର୍ସଲର ହବ୍ ସେ ରକୁ ଯାଜପୁରକୁ ସ୍ଥାନାନ୍ତିରତ କରିଦେଲେ । ଏବେ ସରକାର ୩୦ ।୦୬ ।୨୦୨୨ରେ ଏକ ଚିଠି ମାଧ୍ୟମରେ ଭଦ୍ରକଠାରୁ ରେଜିଷ୍ଟ୍ରି ପୋଷ୍ଟ ହବ୍ ସେ ର ବାଲେଶ୍ୱରକୁ ଉଠାଇ ନେବାକୁ ମସୁଧା ଚଳାଇଛନ୍ତି । ଯାହାକୁ ଭଦ୍ରକର ବୁଦ୍ଧିଜିବି ତୀବ୍ର ପ୍ରତିବାଦ କରିବା ସହିତ ଏହା ଯେପରି ଉଠି ନଯାଏ ସେଥି ନିମନ୍ତେ ଏକ ଦାବୀପତ୍ର ଭଦ୍ରକ ଡାକ ଅଧିକ୍ଷକ ନକୁଳ ବେହେରାଙ୍କ ମାଧ୍ୟମରେ ଉଚ୍ଚ କ ର୍ୃପକ୍ଷଙ୍କୁ ଜଣାଇଛନ୍ତି । ଏହା ଭଦ୍ରକରେ କିପରି ରହିବ ସେଥିପାଇଁ ଚେଷ୍ଟା କରିବାକୁ ଅନୁରୋଧ କରାଯାଇଛି । ଏ ବିଷୟର ସ୍ଥାୟୀ ସମାଧାନ ପାଇଁ ଭଦ୍ରକ ବୁଦ୍ଧିଜିବି ଫୋରମ୍ ତରଫରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅଭୟ ଦ୍ୱିବେଦୀ, ବାସୁଦେବ ବାରିକ, ଶାନ୍ତନୁ ରାଉତ, ସୁଧାକର ରାଉତ ପ୍ରମୁଖ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି ।
