ମିଶନଶକ୍ତି ପକ୍ଷରୁ ବ୍ଲକସ୍ତରୀୟ ଋଣ ମେଳା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମିଶନଶକ୍ତି ପକ୍ଷରୁ ବ୍ଲକସ୍ତରୀୟ ଋଣ ମେଳା ଶନିବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରୋହିତ୍ୟ ଏବଂ ଡିପିଏମ ସଂଜୟ କୁମାର ବାରିକଙ୍କ ସଂଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ମୁଖ୍ୟବକ୍ତା ଭାବେ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ସମ୍ମାନିତ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସିଡିଓ ପ୍ରତାପ ପ୍ରୀତିମୟ, ଉପାଧ୍ୟକ୍ଷା ଶୁଭଦ୍ରା ଶତପଥି, ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ରୁଜାତା ପଣ୍ଡା ଓ ସୁମତୀ ସେଠୀ ପ୍ରମୁଖ ଯୋଗ ଦେଇ ଋଣମେଳା ମାଧ୍ୟମରେ ସରକାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାରେ ସହାୟକ ହେଉଛନ୍ତି । ଏହି ଯୋଜନାରୁ ମହିଳାଗୋଷ୍ଠୀମାନେ ସୁବିଧା ନେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଏହି ମେଳାରେ ବ୍ଲକର ୫୨୮ ମହିଳା ଗୋଷ୍ଠୀଙ୍କୁ ୧୫କୋଟି ୨ଲକ୍ଷ ୫୮ ହଜାର ଟଙ୍କା ଋଣ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ମିଶନଶକ୍ତି ବ୍ଲକ ସଂଯୋଜକ ଶ୍ରୀକାନ୍ତ ଜେନା, ଜୀବିକା ମିଶନ ବିପିଏମ ଷ୍ଟାଲିନ ନାୟକ, ସିଡିପିଓ ସଂଗୀତା ସିଂ, ବିଏଲସି ସସ୍ମିତା ଖୁଣ୍ଟିଆ, ସ୍ନିଗ୍ଧା ନାୟକ, ନନ୍ଦିନୀ ନାୟକ, ଏସଡିସି ପ୍ରଫୁଲ୍ଲ ମଲ୍ଲିକ, ବିପିଏ ସେଲିନା ନାୟକ ପ୍ରମୁଖଙ୍କ ସହିତ ସମସ୍ତ ଏଲଏସପି, ଏମବିକେ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର, ବ୍ୟାଙ୍କମିତ୍ରଙ୍କ ସମେତ ସମସ୍ତ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀ ଯୋଗ ଦେଇଥିଲେ । ଏହି ମେଳାରେ ବ୍ଲକର ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
