ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଥାନାରେ ଏତଲା
ତିହିଡ଼ି : ବିଜେପି ଯୁବମୋର୍ଚ୍ଚା କାର୍ଯକର୍ତ୍ତାଙ୍କୁ ପୁଲିସର ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ କରି ତିହିଡ଼ି ବିଜେପି ପକ୍ଷରୁ ତିହିଡ଼ି ଥାନାରେ ପୁଲିସ ଡିଜି, କମିଶନର ଓ ଡିସିପିଙ୍କ ବିରୋଧରେ ଏତଲା ଦିଆଯାଇଛି । ସମିତିସଭ୍ୟ ଶୁକଦେବ ମଳିକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଜେପି ନେତା ପ୍ରମୋଦ ଦାସ, ଦୁର୍ଗା ଚରଣ ନାୟକ, ପ୍ରଦୀପ କୁମାର ବଳ, ପ୍ରତାପ ଜେନା, ବଳରାମ ବାରିକ, ନିଶିକାନ୍ତ ଭଟ୍ଟରାୟ, ନାରାୟଣ ଚନ୍ଦ୍ର ପୃଷ୍ଟି, ସରୋଜ କୁମାର ନାୟକ, କମଳାକାନ୍ତ ବଳ, ଅଜୟ ମହାପାତ୍ର, ଦେବବ୍ରତ ପାଢ଼ୀ, ପ୍ରକାଶ ଚନ୍ଦ୍ର ନାୟକ, ରାଜକିଶୋର ନାୟକ, ପ୍ରଶାନ୍ତ ବାରିକ, ନିର୍ମଳ ଚନ୍ଦ୍ର ଦାସ, ବିଚିତ୍ର ବାରିକ, ବାପୁଜୀ ଗୋଚ୍ଛାୟତ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀମାନେ ତିହିଡ଼ି ଥାନାରେ ଏତଲା ଦେଇଛନ୍ତି । ରାଜଧାନୀ ପୁଲିସ ଏହି ସମ୍ବେଦନଶୀଳ ଘଟଣାରେ ନିରପେକ୍ଷ ତଦନ୍ତ ନକରି ଅମାନୁଷିକ ଭାବେ ଯୁବମୋର୍ଚ୍ଚା ଓ ମହିଳା କର୍ମକର୍ତ୍ତାମାନଙ୍କ ବିରୋଧରେ ଆକ୍ରେଶମୂଳ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ପୁଲିସର ବିଶ୍ୱାସନୀୟତା ଉପରେ ବିଜେପି କର୍ମୀମାନେ ପ୍ରଶ୍ନ ଉଠାଇବା ସହିତ ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
