ଇଂ ଗୋପାଳକୃଷ୍ଣ ବେହେରାଙ୍କ ଜନ୍ମ ଦିନ ପାଳନ
କଟକ : ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ପୂର୍ତ୍ତ ସଚିବ ଇଂ ଗୋପାଳକୃଷ୍ଣ ବେହେରାଙ୍କ ଜନ୍ମ ଦିନ ମହାନଦୀବିହାରସ୍ଥ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ଯୁବନେତା ହିମାଂଶୁ ଷଡଙ୍ଗୀଙ୍କ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚୈାଦ୍ୱାର କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଂଜନ ବିଶ୍ୱାଳ ଏହି ଅବସରରେ ଇଂ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ । ଏହା ପରେ କେକ୍ କଟାଯାଇ ଇଂ ବେହେରାଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ୪୭ ନଂ ୱାର୍ଡ କର୍ପୋରେଟର ଇଂ ସୁବ୍ରତ ଘଡାଇ, ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ବିଜେଡି ସଂଯୋଜକ ସଂଜୟ ଜେନା, ଏମଡିଏ ସଭାପତି ରବିନାରାୟଣ ଶତପଥୀ, ଉପସଭାପତି ରବୀନ୍ଦ୍ର ତ୍ରିପାଠୀ, ପେନସନ ଆସୋସିଏସନ ସଭାପତି ଶଶୀଭୁଷଣ ମହାନ୍ତି, ସଂପାଦକ ଉମେଶ ରାଉତ, ପ୍ରମୋଦ ଦାଶ, ବରିଷ୍ଠ ନାଗରିକ ମଂଚ ଯୁଗ୍ମ ସଂପାଦକ ପ୍ରହଲ୍ଲାଦ ମହାନ୍ତି, କୋଷାଧ୍ୟକ୍ଷ ଶରତ ଦାସ, ଜଗନ୍ନାଥ ମନ୍ଦିର କମିଟି ସଂପାଦକ ଚତୁର୍ଭୁଜ ମହାପାତ୍ର, ମୁରବୀ ମୁରଲୀଧର ହୋତାଙ୍କ ସମେତ ରାକେଶ ତ୍ରିପାଠୀ, ସୁଜିତ ମିଶ୍ର, ସୁଜିତାଭ ଶତପଥୀ, ସରୋଜ ସ୍ୱାଇଁ, ଲାଲନ ହୋତା, ବାବୁଲି ଦାସ ଓ ସୁଶାନ୍ତ ଘୋଷ ପ୍ରମୁଖ ଉପସ୍ଥିତ ରହି ଇଂ ବେହେରାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
