ବିନ୍ଧା ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିନ୍ଧା ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପରିଚାନା କମିଟି ସଭାପତି ମଥୁରାମୋହନ ବେହେରା ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୋମନାଥ ପାଢ଼ୀ, ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ନକୁଳ ଚନ୍ଦ୍ର ବାରିକ, ସମ୍ମାନିତ ଅତିଥିଭାବେ ସାହିତ୍ୟିକ ଡ. ଅରୁଣ କୁମାର ପଣ୍ଡା, ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ଶିକ୍ଷକ ରବିନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ଅନିତା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ପ୍ରଧାନ ଅଚାର୍ଯ୍ୟା ସାବିତ୍ରୀ ପରିଡ଼ା ବାର୍ଷିକ ବିବରଣୀ ଓ ଶିକ୍ଷକ ଦିଲୀପ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିହିଡ଼ି ଶିଶୁମନ୍ଦିର ସମ୍ପାଦକ କୃପାସିନ୍ଧୁ ଦାଶ, କବି ମୁକୁନ୍ଦଦେବ ନାୟକ, ଆଶୁତୋଷ କରଣ, ଗୁରୁମା ବିଷ୍ଣୁପ୍ରିୟା ଦାସ, ଭକ୍ତିଲତା ଦାସ, ବିଜୟଲକ୍ଷ୍ମୀ ମହାନ୍ତି, ସୁଜାତା ମହାନ୍ତି, ପରିଚାଳନା କମିଟି ସଭ୍ୟ ଦେବେନ୍ଦ୍ର ନାୟକ, ପଞ୍ଚାନନ ନାୟକ, କମଳାକାନ୍ତ ପାତ୍ର, ଭାରତୀ ମୁଦୁଲି, କମଳା ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
