ସହାୟତାର ହାତ ବଢ଼ାଇଲେ କର୍ପୋରେଟର ବିଶ୍ୱବନ୍ଦିତା
କଟକ : କଟକ ମହାନଗର ନିଗମ ଅନ୍ତର୍ଗତ ୫୫ନଂ ୱାର୍ଡ ସ୍ଥିତ କହ୍ନେଇପୁର ଭୋଇ ସାହିର ସ୍ୱର୍ଗତ ଅତୁଲ୍ୟ ଭୋଇଙ୍କ ଝିଅ (୪୦) ସଂଗୀତା ଭୋଇ ଆବୁ ଜନିତ ରୋଗରେ ପୀଡିତ ହୋଇ ଆଜି ଦେହ ତ୍ୟାଗ କରିଛନ୍ତି । ସଂଗୀତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ସ୍ଥାନୀୟ କର୍ପୋରେଟର ବିଶ୍ୱ ବନ୍ଦିତା ପଣ୍ଡା ଘଟଣା ସ୍ଥଳରେ ପହଂଚି ଶବ ସତ୍କାର ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଇଥିଲେ । ସୂଚନାଯୋଗ୍ୟ, ସଂଗୀତା ଭୋଇ ଜନ୍ମରୁ ଆବୁଜନିତ ରୋଗରେ ପିଡୀତ ଥିଲେ । ଦୀର୍ଘ ଦିନ ଧରି ସେ ଘରେ ଶଯ୍ୟାଶାୟୀ ହୋଇ ରହିଥିଲେ । ପିଡୀତାଙ୍କ ଆର୍ଥିକ ସ୍ଥିତ ଖରାପ ଥିବାରୁ ସ୍ଥାନୀୟ କର୍ପୋରେଟର ବିଶ୍ୱବନ୍ଦିତା ସେ ସମୟରେ କୌଣସି ପଦ ପଦବୀରେ ନଥାଇ ମଧ୍ୟ ଦୀର୍ଘ ୫ ବର୍ଷ ଧରି ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ଔଷଧ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ ଆର୍ଥିକ ସହାୟତା ପୀଡିତାଙ୍କ ପରିବାରଙ୍କୁ ଯୋଗାଇ ଦେଉଥିଲେ । ଏଭଳି ମହତ କାର୍ଯ୍ୟ ପାଇଁ ଅଂଚଳବାସୀ କର୍ପୋରେଟର ବିଶ୍ୱବନ୍ଦିତାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି ।
