ଭଏସ୍ ଫର୍ ଭଏସଲେସ୍ ତରଫରୁ ବୃଦ୍ଧା ଆଶ୍ରମରେ ସଚେତନତା ଶିବିର
କଟକ : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭଏସ୍ ଫର୍ ଭଏସ୍ଲେସ୍ ତରଫରୁ ଏକ ସଚେତନତା ଶିବିର ଛତିଆସ୍ଥିତ ସେବକ ଆଶ୍ରମରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୀତାମଣି ସାହୁଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକରେ ଅସହାୟମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅଶେକ କୁମାର ସାହୁ, ଡ.ଦିପକ କୁମାର ଦାଶ, ଡ.ଦ୍ୱିପୀୟନ ପଟ୍ଟନାୟକ, ଡ ରଂଜନ କୁମାର ଯତି, ପ୍ରତାପ କୁମାର ସାହୁ ଓ ଡ. ବିଭୁଦତ୍ତ ଖଣ୍ଡାୟତରାୟ ପ୍ରମୁଖ ଯୋଗ
ଦେଇଥିଲେ ।
