୫୨ନଂ ୱାର୍ଡର ୱାର୍ଡ ସଭାପତି ହେଲେ ବିନୟ ଚୌଧୁରୀ
କଟକ : ଗତକାଲି କଟକ ନଗର ବିଜେଡି ପକ୍ଷରୁ ବିଭିନ୍ନ ୱାର୍ଡ ସଭାପତିଙ୍କ ନାମ ଘୋଷଣା କରାଯାଇଥିବା ବେଳେ ୫୨ନଂ ୱାର୍ଡ ସଭାପତିଭାବେ ବିନୟ କେତନ ଚୌଧୁରୀଙ୍କୁ ମନୋନୀତ କରାଯାଇଛି । ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସୁପାରିଶ କ୍ରମେ ଦକ୍ଷ ନେତୃତ୍ୱଧାରୀ, ସୁ-ସଂଗଠକ, ସ୍ୱେଚ୍ଛାସେବୀ ସଂଗଠନ ‘ସେବାଘର’ର ସମ୍ପାଦକ, ସମାଜସେବୀ ଶ୍ରୀ ଚୌଧୁରୀଙ୍କୁ ୫୨ନଂ ୱାର୍ଡର ୱାର୍ଡ ସଭାପତି ଦାୟିତ୍ୱ ମିଳିଛି । ଏହି ଅବସରରେ ଶ୍ରୀ ଚୌଧୁରୀ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ସମେତ ସମସ୍ତ ଦଳୀୟ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକୁ ପ୍ରତ୍ୟେକ ୱାର୍ଡବାସୀଙ୍କ ପାଖରେ କିଭଳି ପହଂଚି ପାରିବ ସେନେଇ ସେ କାର୍ଯ୍ୟ କରିବେ । ତାଙ୍କ ବାପା ସ୍ୱର୍ଗତ ନରହରି ସ୍ୱାଇଁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସେବାଘର ସଂଗଠନ ଯେପରି ୱାର୍ଡର ପରିମଳ ଓ ସୌନ୍ଦର୍ଯ୍ୟକରଣ ଦିଗରେ କାର୍ଯ୍ୟ କରୁଥିଲା ତାହା ପୂର୍ବ ପରି ଚାଲୁରହିବ ବୋଲି ନବ ନିଯୁକ୍ତ ୱାର୍ଡ ସଭାପତି ଶ୍ରୀ ଚୌଧୁରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
