ଗୀତ କ୍ୟାସେଟ୍ରେ ବିଧାୟକ ସୈାଭିକଙ୍କ ଶାରଦୀୟ ଅଭିନନ୍ଦନ
କଟକ : ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ ଐତିହାସିକ କଟକ ସହରର ପ୍ରସିଦ୍ଧ ଦୁର୍ଗାପୂଜା ମହୋତ୍ସବ । ଏହି ଅବସରରେ ଜଗତଜନନୀ ମା’ ଦୁର୍ଗାଙ୍କର ଆଗମନକୁ ସ୍ୱାଗତ କରି ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ ଏକ ଗୀତ ସିଡି ‘ସମସ୍ତଙ୍କୁ ମୋର ଶାରଦୀୟ ଅଭିନନ୍ଦନ’ ଭେଟି ଦେଇଛନ୍ତି । ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଉପ ମେୟର ଦମୟନ୍ତୀ ମାଝି, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ବିଜେଡି ନେତା ମଧୁସୂଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
