ରାଜ୍ୟ ହନୁମାନଙ୍କ ଜୟନ୍ତୀରେ ଆୟୁର୍ବେଦ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
କଟକ : କଟକ ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ରାଜ୍ୟସ୍ତରୀୟ ହନୁମାନ ଜୟନ୍ତୀ, ହନୁମାନ ବେଶ ପ୍ରତିଯୋଗିତା, ଆୟୁର୍ବେଦୀୟ ସ୍ୱାସ୍ଥ୍ୟ ପରାମର୍ଶ, ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ ଏବଂ କୋଭିଡ ସଂକ୍ରାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅ୍ମକ୍ଷ ତଥା ଡି.ଲିଟ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ବନାରସ ଆୟୁର୍ବେଦ ମେଡିକାଲ କଲେଜର ପ୍ରଫେସର ଡାକ୍ତର ଦିବ୍ୟଜ୍ୟୋତି ମହାରଣା, ପାଇକମାଳ କଲେଜର ପ୍ରଫେସର ଜଗବନ୍ଧୁ ମିଶ୍ର, କର୍ଣ୍ଣାଟକର ମହୀଶୂର କଲେଜର ଅଧ୍ୟକ୍ଷ ଡାକ୍ତର ସର୍ବେଶ୍ୱର କର, ଇଲକଲ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ଡାକ୍ତର କେଶବ ଦାସ, ଡାକ୍ତର ମିନତି ମହାରଣା ପ୍ରମୁଖ ଯୋଗଦେଇ ସୁସ୍ଥ ରହିବା ପାଇଁ ମହାବୀର ହନୁମାନ ସଞ୍ଜିବନୀ ବୃକ୍ଷର ରସ ଲକ୍ଷ୍ମଣଙ୍କଠାରେ ପ୍ରୟୋଗ କରିଥିବା କଥା ଉଲ୍ଲେଖ କରି ଔଷଧୀୟ ବୃକ୍ଷ ଲତାର ଉପକାରିତା ସଂପର୍କରେ ଜନ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମ଼ରେ ବରିଷ୍ଠ ବ୍ୟକ୍ତିତ୍ୱ ରଂଜନ ଶତପଥୀ, ଭାରତୀକୃଷ୍ଣ, ଶପଥ ମହାପାତ୍ର, ଯୋଗ ପ୍ରଶିକ୍ଷକ ସୁରେଶ ମହାପାତ୍ର ପ୍ରମୁଖ ଯୋଗଦେଇ ମହାବୀର ହନୁମାନଙ୍କ ବ୍ୟକ୍ତିତ୍ୱ, ଧର୍ମ ରକ୍ଷା ପାଇଁ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଆୟୁର୍ବେଦ ଚିକିତ୍ସାକୁ ଓଡିଶାରେ ଅଧିକ ଲୋକାଦୃତ କରିଥିବା ଡାକ୍ତର ଦୀନବନ୍ଧୁ ମହାରଣାଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା ।
