ଇଟାଲି ଫେରନ୍ତା ଛାତ୍ର ଆଶୁତୋଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଗୁଡ଼ୁପାଳ ଗ୍ରାମର ସମାଜସେବୀ ଗଣେଶ ପ୍ରସାଦ ନାୟକଙ୍କ ପୁତ୍ର ଆଶୁତୋଷ ନାୟକ ସୁଦୂର ଇଟାଲି ଦେଶର ରୋମ୍ ସହରରେ ଥିବା ଏନାଜାଇମ୍ ୟୁନିଭରସିଟିରେ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ସାରି ଘରକୁ ଫେରିଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗ୍ରାମର ଚିତ୍ତରଂଜନ ନାୟକ, ସୋମନାଥ ନାୟକ, ଉଜ୍ଜ୍ୱଳ ନାୟକ, ବିଜୟ ମହାଳିକ, ଆରକେଶ ନାୟକ, ଲମ୍ବୋଦର ନାୟକ, କାର୍ତ୍ତିକ ନାୟକ, ହରିହର ସାହୁ, ତୁଷାର ସ୍ୱାଇଁ ମଙ୍ଗରାଜ ନାୟକ, ସନାତନ ନାୟକ, ରଂଜନ ନାୟକ, ସର୍ବେଶ୍ୱର ସ୍ୱାଇଁ, ଶିବ ନାୟକ, ମହେଶ୍ୱର ସେଠୀ, ଅଜୟ ମହାଳିକ, ସଚିକାନ୍ତ ବେହେରା, ଶଙ୍କର୍ଷଣ ନାୟକ ପ୍ରମୁଖ ବହୁ ଗ୍ରାମବାସୀ ଉପସ୍ଥିତ ରହି ଆଶୁତୋଷଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଉତ୍ତରୋତ୍ତର କାମନା କରିଥିଲେ । ପ୍ରକାଶ ଯେ ଆଶୁତୋଷ ଜଣେ ମେଧାବୀ ଛାତ୍ର ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଅଟନ୍ତି । ସେ ଉଚ୍ଚ ଶିକ୍ଷା ଲାଭ ପରେ ବି.ଟେକ୍ ମେକାନିକାଲ ଇଂଜିନିୟରିଂ ପାସ୍ କରିବା ପରେ ଭୁବନେଶ୍ୱର କ୍ୟାପିଟାଲ ରିଜୋନାଲ ଅର୍ବାନ ଟ୍ରାନ୍ସପୋର୍ଟରେ ମ୍ୟାନଜର ଭାବେ କାର୍ଯ୍ୟ କରୁଥିଲେ । ୨୦୨୦ ମସିହାରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ୍ କରିବା ପରେ ଇଟାଲି ଦେଶର ରୋମ୍ ସହରରେ ଥିବା ଏନାଜାଇମ୍ ୟୁନିଭରସିଟିରେ ମ୍ୟାନେଜମେଣ୍ଟ ପାଠ ପଢ଼ିବା ପାଇଁ ସୁଯୋଗ ପାଇଥିଲେ । ତେବେ ତାଙ୍କର ଏହି ସଫଳତା ପାଇଁ ପିତାମାତା, ଗୁରଜନ ଓ ବନ୍ଧୁବାନ୍ଧବଙ୍କର ଅବଦାନ ରିହିଛି ବୋଲି ଆଶୁତୋଷ ପ୍ରକାଶ କରିଛନ୍ତି ।
