ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ୮୬୬ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଲେ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ୮୬୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଶ୍ରେଣୀ ପାଇଁ ପରୀକ୍ଷା ଦେଇଥିବା ଜଣାଯାଇଛି । ଏହି ପ୍ରବେଶିକା ପରୀକ୍ଷା ପାଇଁ ବ୍ଲକରେ ମୋଟ ୪ଟି ସେଣ୍ଟର କରାଯାଇଥିବା ବେଳେ ୮୯୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୩୧ଜଣ ପରୀକ୍ଷା ଦେଇ ନଥିବା ଜଣାଯାଇଛି । ତିହିଡ଼ି ସିଆରଏସ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ଷଷ୍ଠ ଶ୍ରେଣୀ ପାଇଁ ୨୭୧ ପଞ୍ଜୀକୃତ ହୋଇଥିବା ବେଳେ ୨୬୬ଜଣ ପରୀକ୍ଷା ଦେଇଛନ୍ତି । ତିହିଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ ରେ ଷଷ୍ଠ ଶ୍ରେଣୀ ପାଇଁ ୧୪୩ଜଣ ପଞ୍ଜୀକୃତ ହୋଇଥିବା ବେଳେ ୧୩୮ଜଣ ପରୀକ୍ଷା ଦେଇଛନ୍ତି । ସେହିପରି ଏହି କେନ୍ଦ୍ରରେ ୧୨ଜଣ ସପ୍ତମ ଶ୍ରେଣୀ ପାଇଁ ପରୀକ୍ଷା ଦେଇଥିବା ଜଣାଯାଇଛି । ଦୋଳସାହି ରାମନାରାୟଣ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଷଷ୍ଠ ଶ୍ରେଣୀରେ ୩୫ଜଣ, ସପ୍ତମ ଶ୍ରେଣୀରେ ୧୧୭ଜଣ, ଅଷ୍ଟମ ଶ୍ରେଣୀ ପାଇଁ ୪୧ ଓ ନବମ ଶ୍ରେଣୀ ପାଇଁ ୧୨ଜଣ ପରୀକ୍ଷା ଦେଇଥିବା ବେଳେ ୧୩ଜଣ ପରୀକ୍ଷାରେ ଅନୁପସ୍ଥିତ ଥିବା ଜଣାଯାଇଛି । ସେହିପରି ସାମନ୍ତରାୟପୁର ହାଇସ୍କୁଲ କେନ୍ଦ୍ରରେ ଷଷ୍ଠ ଶ୍ରେଣୀ ପାଇଁ ୧୩୦, ସପ୍ତମ ପାଇଁ ୭୧, ଅଷ୍ଟମ ପାଇଁ ୫୬ ଓ ନବମ ଶ୍ରେଣୀ ପାଇଁ ୯ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ଥିଲେ । ଜିଲା ଶିକ୍ଷାଧିକାରୀ କପୀଳେନ୍ଦ୍ର ମିଶ୍ର, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ କୁମାର କର, ବିଇଓ ମଧୁସୂଦନ ସେଣ୍ଢ ପ୍ରମୁଖ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ପରିଦର୍ଶନ କରିଥିଲେ ।
