ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଚଢଉ, ୫୦ କେଜି ଗଞ୍ଜେଇ ସହ କାର ଜବତ, ୨ଗିରଫ
କଟକ : ଅବକାରୀ ଆୟୁକ୍ତ ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ଆଜି କଟକ ସଦର ଗୋପାଳପୁର ଛକଠାରେ ଜଗି ରହି ବ୍ରହ୍ମପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଚାଲାଣ ହେଉଥିବା ୫ କେଜି ଗଞ୍ଜେଇ ଜବତ କରିଛନ୍ତି । ଏହି କାରବାରରେ ସଂପୃକ୍ତ ଦୁଇ ଜଣ ଅସାଧୁ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ବିହାର ରାଜ୍ୟ ଭାଗଲପୁରର ମହମ୍ମଦ ତଫିଉଲ ଓ ପଶ୍ଚିମବଙ୍ଗ ବୀରଭୂମିର ତସଲିମା ବିବି(୫୧) । ଉଭୟେ ଏକ ଟୟୋଟା କରୋଲା (ଓଡି-୦୨-ଭି-୭୭୨)ରେ ଏହି ପରିମାଣର ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବାର ଏକ ଗୁପ୍ତ ସୂଚନାକୁ ଭିତ୍ତ୍ି କରି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ଇନ୍ସପେକ୍ଟର ଦିଲ୍ଲିପ କୁମାର ବେହେରା, ରୋଶନ ଇସୁ ହାଁସଦା, ଏସଆଇ ରଜନି ମିଂଜ ପ୍ରମୁଖ ଗୋପାଳପୁର ଛକଠାରେ ଗାଡିଟିକୁ ଅଟକାଇଥିଲେ । ଯାଂଚ ପରେ ସେଥିରୁ ୫୦ କେଜି ଓଜନର ଗଞ୍ଜେଇ ମିଳିଥିଲା । ଯାହାର ବଜାର ଦର ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ଚଢଉରେ ଏଏସଆଇ ନଟବର ମଲ୍ଲିକ, କନେଷ୍ଟବଳ ଅଜୟ ବେହେରା, ଦିଲ୍ଲିପ ନନ୍ଦ, ପଦ୍ମନୀ ନାୟକ, ରୋଜାଲିନ ବେହେରା ପ୍ରମୁଖ ସାମିଲ ଥିଲେ ।
