ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡ଼ା ଉଦ୍ଜାପିତ
ତିହିଡ଼ି : ଭଦ୍ରକ ଜିଲ୍ଲା ତିହିଡ଼ି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୨ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇ ଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବକୁ ସିଆରଏସ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଗିରିଜା ରମଣ ଜେନା ଉଦ୍ଘାଟନ କରିଥିବା ବେଳେ ଶିକ୍ଷାବିତ୍ ଶୋମନାଥ ପାଢ଼ୀ କ୍ରୀଡ଼ା ପତାକା ଅବତରଣ କରି ଉଦ୍ଯାପନ କରିଥିଲେ । ଏହି କ୍ରୀଡ଼ା ଉତ୍ସବଟି ପରିଚାଳନା ସମିତି ସଭାପତି ନିଶାକର ନାୟକ, ଉପସଭାପତି ମନୋଜ କୁମାର ପାଣିଗ୍ରାହୀ, ସମ୍ପାଦକ କୃପାସିନ୍ଧୁ ଦାଶ, ଯୁଗ୍ମ ସମ୍ପାଦକ ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଯଯାତିକେଶରୀ ଦାସ, ସତ୍ୟସୁନ୍ଦର ପତି ଓ ସୁଶାନ୍ତ କୁମାର ସେଠୀ, ପ୍ରଧାନ ଆଚାର୍ଯ୍ୟ ନରେଶ ଚନ୍ଦ୍ର ମହାନ୍ତି ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ା ପ୍ରମୁଖ ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କ୍ରୀଡ଼ା ଉତ୍ସବକୁ ବିଦ୍ୟମନ୍ଦିରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
