ବିଜେପି ଓବିସି ମୋର୍ଚ୍ଚାର ସହ ସଂଯୋଜକ ହେଲେ ସବ୍ୟାସାଚୀ ମହଲା
ତିହିଡ଼ି : ରାଜ୍ୟ ବିଜେପି ଓବିସି ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ସହସଂଯୋଜକ (ଅନୁସନ୍ଧାନ ଓ ଗବେଷଣା) ଭାବେ ସବ୍ୟସାଚୀ ମହଲାଙ୍କୁ ମନୋନୀତ କରାଯାଇଛି । ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ଶ୍ରୀ ମହଲାଙ୍କୁ ସହସଂଯୋଜକ ଭାବେ ମନୋନୀତ କରିଥିବା ସାଧାରଣ ସମ୍ପାଦକକ ଜ୍ଞାନେନ୍ଦ୍ର କୁମାର ସ୍ୱାଇଁ ଜଣାଇଛନ୍ତି । ଏ ସମ୍ପର୍କରେ ବିଜେପି ଜିଲା ସଭାପତି, ଜିଲା ପ୍ରଭାରୀ ଓ ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ)ଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି । ଏହି ପଦବୀ ପାଇବା ପରେ ଭାରତୀୟ ଜନତା ପାର୍ଟିର ସମୃଦ୍ଧି ତଥା ପରିବ୍ୟାପ୍ତି ଦିଗରେ ଶ୍ରୀ ମହଲା ସକ୍ରିୟ ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଇଛି । ତେବେ ରାଜ୍ୟର ୨୧୨ ପଛୁଆ ଜାତିର ଲୋକମାନଙ୍କ ସମ୍ପର୍କରେ ଗବେଷଣା କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସଚେତତା ସୃଷ୍ଟି କରିବା ସହ ରାଜ୍ୟରେ ୨୭ ଶତକଡ଼ା ସଂରକ୍ଷଣ ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ଶ୍ରୀ ମହଲା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ମହଲା ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ମୁକୁନ୍ଦପୁର ପଞ୍ଚାୟତ ଆରସା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଛାତ୍ର ଜୀବନରୁ ସେ ରାଜନୀତି ସହ ସଂଶ୍ଳିଷ୍ଟ ରହି ସଂଗଠନକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ପଦବୀ ପାଇବା ପରେ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଜିଲା ସଭାପତି ହେମନ୍ତ ପାଢ଼ୀ, ପୂର୍ବତନ ଜିଲା ସଭାପତି ବଦ୍ରୀନାରାୟଣ ଧଳ ଓ ଦୀନବନ୍ଧୁ ପତି ପ୍ରମୁଖଙ୍କୁ ଶ୍ରୀ ମହଲା କୃତଜ୍ଞତା ଜଣାଇଛନ୍ତି । ରାଜ୍ୟ ଓବସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ସମିତିସଭ୍ୟ ଶୁକଦେବ ମଲିକ, ବିଜେପି ନେତା କାହ୍ନୂୁ ଚରଣ ବେହେରା ପ୍ରମୁୁଖ ଶ୍ରୀ ମହଲାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
