କୋଠାର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ
ଭଦ୍ରକ : ଆଜି କୋଠାର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସିଆରସିସି ରଂଜନ କୁମାର ପରିଚା ଏହି କ୍ରିଡା ଉତ୍ସବାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଉତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦୌଡ, ମ୍ୟୁଜିକ୍ ଚେୟାର, ସ୍କିପିଙ୍ଗ, ଖୁଖୁ କବାଡି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଶିବଶଙ୍କର ସିଂ, ସରୋଜ ବୋଇତି, ଭାଗ୍ୟଲକ୍ଷ୍ମୀ ତ୍ରିପାଠୀ, ସୁବାଶିନି ମଲ୍ଲିକ ପ୍ରମୁଖ ଏହି କ୍ରିଡା ଉତ୍ସବକୁ ପରିଚାଳନା କରିଥିଲେ ।
