ବିପଦବନ୍ଧୁ ସେବା ସଂଗଠନ ପକ୍ଷରୁ କମ୍ବଳ ବଣ୍ଟନ ଓ କିଡନୀ ରୋଗୀଙ୍କ ପରିବାରକୁ ଆର୍ଥକ ସହାୟତା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ଗ୍ରାମରେ ବିପଦବନ୍ଧୁ ସେବା ସଂଗଠନ ପକ୍ଷରୁ ୧୭୦ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସେହିପରି କିଡନୀ ଜନିତ ରୋଗରେ ପୀଡ଼ିତ କୋହ୍ଲ ଗାଁର ରାଜକିଶୋର ସାହୁଙ୍କ ପରିବାରକୁ ମଧ୍ୟ ସଂଗଠନ ପକ୍ଷରୁ ଆର୍ଥିକ ସହାୟତ ପ୍ରଦାନ କରାଯାଇଛି । ରାଜକିଶୋର ସାହୁ ଜଣେ ଖଟିଖିଆ ମଣିଷ ସେ ମଧୁମେହ ଜନିତ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ । ଦୁଇ ଦିନ ପୂର୍ବରୁ ସେ ଅସୁସ୍ଥ ହୋଇ ପଡିଲେ । ତାଙ୍କୁ ପ୍ରଥମେ ତିହିଡି ପରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଜଣା ପଡିଲା ତାଙ୍କର ଦୁଇଟି କିଡନୀ ଖରାପ ହୋଇଛି । ସେ ଏବେ ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହା ଜଣା ପଡ଼ିବା ପରେ ଏହି ଗରିବ ଅସହାୟ ପରିବାର ସଦସ୍ୟଙ୍କୁ ବିପଦ ବନ୍ଧୁ ସେବା ସଙ୍ଗଠନ ଆର୍ôଥକ ସହାୟତା ଯୋଗାଇ ଦେଇଛି । ଏଥିରେ ସଂଗଠନର ସଭାପତି କୈଳାସ ସାହୁ, ସମ୍ପାଦକ ଅଲେଖ ଜେନା, ସଭ୍ୟ ରାକେଶ ବାରିକ, ଲୋକନାଥ ପରିଡା, ତପନ ବାରିକ, ବିଜୟ ଜେନା, ପ୍ରଦିପ ଦାସ, ବଳରାମ ନାୟକ, ପ୍ରତିକ ପରମାଣି, ସିପୁନ ବାରିକ, ସୁନିଲ ସାହୁ, ପ୍ରମୋଦ ବେହେରା, ଅକ୍ଷୟ ନାୟକ, ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
