ବିଏନଏମଏ କଲେଜ ସଂସ୍କୃତ ସମ୍ମାନ ବିଭାଗର ପାଠଚକ୍ର
ତିହିଡ଼ି : ବିଶ୍ୱର ବିଭିନ୍ନ ଭାଷାରେ ରଚିତ ଶ୍ରେଷ୍ଠ ନାଟକଗୁଡ଼ିକ ମଧ୍ୟରୁ ମହାକବି କାଳିଦାସ ବିରଚିତ ‘ଅଭିଜ୍ଞାନ ଶାକୁନ୍ତଳମ୍ ସର୍ବୋଚ୍ଚ ମର୍ଯ୍ୟାଦା ହାସଲ କରେ । ଶାଶ୍ୱତ ପ୍ରେମ ଓ ପ୍ରଣୟର କାହାଣୀ ମାଧ୍ଯମରେ ତତ୍କାଳୀନ ସମାଜ ଜୀବନର ନିଚ୍ଛକ ଚିତ୍ର, ନିସର୍ଗ ଚେତନା, ପାରିବେଶିକ ସନ୍ତୁଳନଦୃଷ୍ଟି ଓ ରସାତ୍ମକତାର ଉପଲବ୍ଧିରେ ଏହା ଭାରତୀୟ ସାହିତ୍ୟର ଏକ ଅନୁପମ ସମ୍ପଦ ବୋଲି ମଙ୍ଗଳବାର ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏଏ କଲେଜ ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ଆୟୋଜିତ ‘କାଳିଦାସସ୍ୟ ସର୍ବସ୍ୱଂ ଅଭିଜ୍ଞାନ ଶାକୁନ୍ତଳମ୍\’ ଶୀର୍ଷକ ପାଠଚକ୍ରରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସଙ୍କ ପୌରୋହିତ୍ୟରେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବାସୁଦେବପୁର ଅଟଳବିହାରୀ କଲେଜର ସଂସ୍କୃତ ବିଭାଗ ଅଧ୍ୟାପକ ଅଶୋକ କୁମାର ମହାନ୍ତି ଯୋଗଦେଇ ମହାକବି କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍\’ ବିଚ୍ଛେଦ ଭିତରେ ଆନନ୍ଦର ଭାରତୀୟ ବାର୍ତ୍ତା ବହନ କରିଛି ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଦୀପକ କୁମାର ପଣ୍ଡା, ତପନ କୁମାର ନାୟକ, ଡକ୍ଟର ସାଣ୍ଡ୍ରା ରୋଜାରିଓ ଓ ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବିଭାଗମୁଖ୍ୟା ଡକ୍ଟର ସୁଜାତାରାଣୀ ଗିରି ପ୍ରାରମ୍ଭିକ ଭାଷଣ ଓ ବିଷୟବସ୍ତୁର ସୂଚନା ପ୍ରଦାନ କରିଥିଲେ । ଛାତ୍ରୀ ତପସ୍ୱିନୀ ଶତପଥୀ, କୁସୁମଲତା ଭୋଇ, ଶର୍ମିଷ୍ଠା ରାୟ, ଅଭିଲପ୍ସା ପାଣିଗ୍ରାହୀ, ସୁଭଦ୍ରା ସେନାପତି ଓ ସୁଜାତା ପଣ୍ଡା ବିଷୟବସ୍ତୁ ଉପରେ ସ୍ୱରଚିତ ପ୍ରବନ୍ଧପାଠ କରିଥିଲେ । ଛାତ୍ରୀ ସସ୍ମିତା ସାହୁ ଓ ଚିରସ୍ମିତା ବୈୟାରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟାପିକା ହୀରକଲତା ଦାଶ, ସୁସ୍ମିତା ପଣ୍ଡା, ସ୍ୱପ୍ନା ରାୟ, ଜ୍ୟୋତିର୍ମୟୀ ପ୍ରଧାନ, ପ୍ରିୟଙ୍କା ସାହୁ, ଡକ୍ଟର ପ୍ରଭାକର ଦୁଆରି, ଡକ୍ଟର ରାଜେନ୍ଦ୍ର ଭୁଏ, ବୈଷ୍ଣବ ମହାନ୍ତି, ଭାଗିରଥୀ ଜେନା, ମୃତ୍ୟୁଞ୍ଜୟ ନାରାୟଣ ଦାସ, ଅଧ୍ୟାପକ ସେ?ମେନ ମହାପାତ୍ର, ଦେବାଶିଷ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଅଧ୍ୟାପିକା କାୟିନାତ୍ ପରୱିନ ଧନ୍ୟବାଦ ଅର୍ପଣ କରିଥିଲେ ।
