ସମବାୟ ବ୍ୟାଙ୍କ ବୋର୍ଡ଼ ଡାଇରେକ୍ଟରଙ୍କୁ ସମ୍ବର୍ଦ୍ଧନା
ତିହିଡ଼ି : ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ନୂତନ ବୋର୍ଡ଼ ଡାଇରେକ୍ଟର ଭାବେ ନିର୍ବାଚିତ ହୋଇଥିବା ପ୍ରକାଶ ଜ୍ୟୋତି ମହାକୁଡ଼ଙ୍କୁ ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପକ୍ଷରୁ ସୋମବାର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବୋର୍ଡ଼ ଡାଇରେକ୍ଟର ଶ୍ରୀ ମହାକୁଡ଼ ସମ୍ବର୍ଦ୍ଧିତ ହେବା ଅବସରରେ କହିଥିଲେ ଯେ, ନିଜସ୍ୱ ଜମିରେ ତିହିଡ଼ି ସମବାୟ ବ୍ୟାଙ୍କ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବା ସହିତ ସମବାୟ ସମିତି ଓ ବ୍ୟାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଚାଷୀମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତି ସମ୍ପାଦକ ମାୟାଧର ବେହେରା, ଶେଷଦେବ ପରିଡ଼ା, ସଂଜୟ କୁମାର ନାୟକ, ଗୋପିନାଥ ଭୂୟାଁ, ଗୀତାଂଜଳି ଦାସ, କୃପାସିନ୍ଧୁ ଦାସ, ଶଙ୍କର୍ଷଣ ଜେନା, ମୁକ୍ତିକାନ୍ତ ଜେନାଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
