ଗୁଆମାଳ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ଦାରୁ ପହଞ୍ଚିଲା
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ଶ୍ରୀଜଗନ୍ନାଥଙ୍କ ନବକଳେବର ପାଇଁ ରବିବାର ଦାରୁ ପହଞ୍ôଚଥିବା ଜଣାଯାଇଛି । ଏଠାରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ୧୯ ବର୍ଷ ପରେ ନବକଳେବର ହେବ ବୋଲି ସ୍ଥିର କରାଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥୀରୀକୃତ ଅନୁଯାୟୀ ପ୍ରଥମେ ଦାରୁ ଚିହ୍ନଟ କରାଯାଇଥିଲା । ଦୋଳସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବଗିଚାରେ ଥିବା ଏହି ଦାରୁକୁ ସେବାୟତମାନେ ଚିହ୍ନଟ କରିଥିଲେ । ପରେ ଓ ଗ୍ରାମଦେବତୀ ବନଦୁର୍ଗାଙ୍କୁ ପୂଜା ପରେ ଆଜ୍ଞାମାଳ ଯାଇ ଦାରୁ ନିକଟରେ ପହଞ୍ଚବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ଦାରୁ ଛେଦନ ପରେ ସଂକୀର୍ତ୍ତନ କରି ଏହାକୁ ଶ୍ରଦ୍ଧାଳୁମାନେ ଗୁଆମାଳ ଜଗନ୍ନାଥ ମନ୍ଦିରକୁ ଆଣିଥିଲେ । କର୍ତ୍ତା ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ପୂଜକ ଭାବେ ଚତୁର୍ଭୁଜ ତ୍ରିପାଠୀ ଓ ଦିଲୀପ ଉଦ୍ଗାତା ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ । ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ପ୍ରଦୀପ ପଣ୍ଡା, ଜିଲାପରିଷଦ ସଭ୍ୟା ରୁଜାତା ପଣ୍ଡା, ସମିତିସଭ୍ୟ ଚିନ୍ତାମଣି ଦାସ, ଅଶୋକ ସାହୁ, ନିଗମାନନ୍ଦ ନାୟକ, ନିର୍ମଳ ପାଣିଗ୍ରାହୀ, ନିରଂଜନ ମିଶ୍ର, ଦିଲୀପ କୁମାର ପଣ୍ଡା, ଦୀନବନ୍ଧୁ ନାୟକ, ଜୟକୃଷ୍ଣ ମିଶ୍ର, ଜଗବନ୍ଧୁ ମିଶ୍ର, ଦାଶରଥି ମହାପାତ୍ର, ପ୍ରତାପ ବିଶ୍ୱାଳ, ଶ୍ରୀକାନ୍ତ ବେହେରା, ଗୌରୀ ହାତୀ, ରବିନ୍ଦ୍ର ଭଂଜ, ଦୀପକ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
