ରାଜଭବନରେ ସ୍ମୃତି ଗୈାରବ ପୁସ୍ତକ ଲୋକାର୍ପିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୋହ୍ଲ ନାରାୟଣ ସ୍ମୃତି ସାହିତ୍ୟ ସଂସଦରୁ ପ୍ରକାଶିତ ଗବେଷଣା ଧର୍ମୀ ଗ୍ରନ୍ଥ “ସ୍ମୃତିତିଗୌରବ”କୁ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ରାଜ ଭବନ ପରିସରରେ ଲୋକାର୍ପଣ କରିଛନ୍ତି । ପ୍ରାଦେଶିକ ସଂଗୀତ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବିଙ୍କ ୧୩୫ତମ ଜୟନ୍ତୀ ଅବସରରେ ଏହି ପୁସ୍ତକ ଲୋକାର୍ପଣ କରାଯାଇଥିଲା । ସ୍ମୃତିଗୈାରବର ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଦ୍ୟୈତାରି ମହାପାତ୍ର, ମୁଖ୍ୟ ସଂପାଦକ ବିଭୂତିଭୂଷଣ ସେନାପତି, ସଂପାଦକ ସଂଯୁକ୍ତା ଭାରତୀ, ସଂଗଠନ ସଂପାଦକ ଅଶୁତୋଷ କରଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଲୋକ ସଂପର୍କ ଅଧିକାରୀ କବି ରକ୍ଷକ ନାୟକ ସଂଯୋଜନା କରିଥିଲେ । ଉକ୍ତ ପୁସ୍ତକକୁ ମହାମହିମ ରାଜ୍ୟପାଳଙ୍କ ଲୋକଲୋଚନକୁ ଆସିବାପରେ ଶିରୋନାମାକୁ ପଢି ସଂପାଦନା ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ସାଧୁବାଦ ଜଣାଇଥିଲେ । ଆଗାମୀ ଦିନରେ ଏହି ଗବେଷଣା ଧର୍ମୀ ପୁସ୍ତକ ଛାତ୍ର ଛାତ୍ରୀ, ଶିକ୍ଷକ , ଶିକ୍ଷୟିତ୍ରୀ ଓ ପାଠକ ପାଠିକାଙ୍କ ପାଇଁ ବେଶ୍ ଆଦୃତ ହେବ ବୋଲି ମତ ପ୍ରକାଶ ପାଇଥିଲା ।
