ପରଜୀବୀ ଜୀବନଚକ୍ର ପ୍ରଭୁତ କ୍ଷତିକାରକ ହୋଇଥାଏ ପ୍ରାଣୀବିଜ୍ଞାନ ସମ୍ମାନ ବିଭାଗର ପାଠଚକ୍ର
ତିହିଡ଼ି : ମ୍ୟାଲେରିଆ ପରଜୀବୀ ଜୀବନଚକ୍ର ଦୁଇଟି ହୋଷ୍ଟ ସହିତ ଜଡିତ । ରକ୍ତ ଭୋଜନ ସମୟରେ ମ୍ୟାଲେରିଆ ସଂକ୍ରମିତ ଆନାଫିଲିସ୍ ମଶା ସ୍ପୋରୋଜାଇଟ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିର ଶରୀରକୁ ପ୍ରବେଶ କରି ଯକୃତକୋଷକୁ ସଂକ୍ରମିତ କରେ ଏବଂ ସ୍କିଜୋଣ୍ଟରେ ପରିପକ୍ୱ ହୁଏ, ଯାହା ମେରୋଜୋଏଟ୍ ଫାଟିଯାଏ ଓ ଜୀବନଚକ୍ରରେ ସମ୍ପୂର୍ଣ୍ଣ କରେ । ଏହାର ନାମ ‘ପ୍ଲାଜମୋଡିୟମ ଭାଇଭାକ୍ସ\’ । ଚତୁଃପାର୍ଶ୍ୱ ସଫାରଖିବା ଓ ବିଶୋଧିତ ରାସାୟନିକ ପ୍ରକ୍ରିୟାରେ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏମଏ କଲେଜ ପ୍ରାଣୀବିଜ୍ଞାନ ପକ୍ଷରୁ ଆୟୋଜିତ ‘ପ୍ଲାଜମୋଡିୟମ ଭାଇଭାକ୍ସ\’ ଶୀର୍ଷକ ପାଠଚକ୍ରରେ ଅତିଥି ମତବ୍ୟକ୍ତ କରିଛନ୍ତି । ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟା ଡକ୍ଟର ସ୍ୱପ୍ନା ସାମନ୍ତଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବେ କଲେଜର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡା ଯୋଗଦେଇ ଉତ୍ସବ ଉଦଘାଟନ କରିଥିଲେ । ପ୍ରଥମେ ବିଭାଗ ପକ୍ଷରୁ ନବାଗତଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଯୋଗଦେଇ ବିଜ୍ଞାନର ଉପଯୋଗରେ ଜୀବନ ନିରାମୟତା ଲାଭ କରେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତା ଭାବେ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ନାୟକ, ଇଂରାଜୀ ବିଭାଗ ମୁଖ୍ୟ ଦୀପକ କୁମାର ପଣ୍ଡା, ଅଧ୍ୟାପିକା ସୁସ୍ମିତା ପଣ୍ଡା, ଅଧ୍ୟାପକ ରାମଚନ୍ଦ୍ର ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସ୍ମୃତିରେଖା ଜେନା ବିଷୟବସ୍ତୁ ଉପରେ ପ୍ରାକସୂଚନା ପ୍ରଦାନ କରିଥିଲେ । ଛାତ୍ରୀ ତନୁଜା ମହାନ୍ତି ଓ ସ୍ମରଣିକା ସମଦର୍ଶନୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଛାତ୍ର ଓମପ୍ରକାଶ ସେନାପତି, ସୌମ୍ୟରଞ୍ଜନ ମଲ୍ଲିକ ଓ ବିଭୂତି ଭୂଷଣ ରାଉତ, ଦେବାଶିଷ ଆଚାର୍ଯ୍ୟ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ଡକ୍ଟର ମନୋଜ ମହାନ୍ତି, ଡକ୍ଟର ସାଣ୍ଡ୍ରା ରୋଜାରିଓ, ଡକ୍ଟର ପ୍ରଭାକର ଦୁଆରି, ରାଜେଶ କୁମାର ନାୟକ, ଅଧ୍ୟାପିକା ହୀରକଲତା ଦାଶ, ଡକ୍ଟର ସୁଜାତାରାଣୀ ଗିରି, ସ୍ୱପ୍ନା ରାୟ, ବୈଷ୍ଣବ ମହାନ୍ତି, ରଶ୍ମିରଞ୍ଜନ ବେହେରା, ବନଜବାସିନୀ ବାରିକ, ଗୁରୁବାରି ମାଝି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ଛାତ୍ରୀ ଲୋପାମୁଦ୍ରା ସେଠୀ ଓ ରଞ୍ଜିତା ରୂପାଲୀ ଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ବିଜ୍ଞାନଗାର ପ୍ରଶିକ୍ଷକ ଅଜୟ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ତୃତୀୟ ବର୍ଷର ଛାତ୍ର ପ୍ରଦୀପ କୁମାର ସାହାଣୀ ଓ ପୃଥ୍ୱୀରାଜ ପଲାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
