ଭଦ୍ରକରେ ସମ୍ବିଧାନ ଦିବସ ପାଳିତ
ଭଦ୍ରକ : ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ରାମଦାସ ଟୁଡ଼ୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତୀୟ ସମ୍ବିଧାନ ପ୍ରସ୍ତୁତି, ସମ୍ବିଧାନର କାର୍ଯ୍ୟକାରୀତା, ବିଶିଷ୍ଟତା ସର୍ବୋପରି ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସମ୍ବିଧାନର ପ୍ରସ୍ତାବନାକୁ ପାଠ କରି ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଶପଥପାଠ ଉତ୍ସବରେ ଡ଼େପୁଟୀ କଲେକ୍ଟର କସ୍ତୁରିବାଳା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ଇଣ୍ଟେଲିଜେନସ୍ ଅଧିକାରୀ ତ୍ରିଲୋଚନ ରାଉତ, ବଡ଼ ବାବୁ ଅମୂଲ୍ୟ କୁମାର ସାହୁ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦିଲ୍ଲୀପ କୁମାର ସାମଲ, ଗାନ୍ଧୀ ବାଳାଶ୍ରମର ସଭାପତି ଓ ସମ୍ପାଦକ ଅଶୋକ କୁମାର ଦାସ ଏବଂ ହୃଷିକେଶ ମହାନ୍ତିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଶପଥପାଠ କରିଥିଲେ । ଶପଥପାଠ ପୂର୍ବରୁ ପ୍ରଥମେ ବି.ଆର.ଆମ୍ବେଦକର ଓ ଜାତିରପିତା ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ସମସ୍ତେ ମାଲ୍ୟାର୍ପଣ ଓ ପୁଷ୍ପ ପ୍ରଦାନ କରିଥିଲେ ।
