ଯାଦବ ମହାସଂଘର ପ୍ରସ୍ତୁତି ବୈଠକ
ତିହିଡ଼ି : ଭଦ୍ରକ ଜିଲା ପୀରହାଟ ଶ୍ରୀଶ୍ରୀ ଗିରିଗୋବର୍ଦ୍ଧନ ଯାଦବ ମହାସଂଘ କାର୍ଯ୍ୟାଳୟ ଠାରେ ଉତ୍କଳ ଯାଦବ ମହାସଭା ପୂର୍ବତନ ରାଜ୍ୟ ଯୁବ ସମ୍ପାଦକ ସବ୍ୟସାଚୀ ମହଲାଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଉତ୍କଳ ଯାଦବ ମହାସଭାର ତିହିଡି ବ୍ଲକ ସଭାପତି ହରିଶ୍ଚନ୍ଦ୍ର ବାରିକ ମୁଖ୍ୟ ଅତିଥି ବରିଷ୍ଠ ଯାଦବ ତଥା ବରିଷ୍ଠ ବିଜେପି ନେତା ଚିତ୍ତରଞ୍ଜନ କଂସ ଯାଦବ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଗାମୀ ଐତିହାସିକ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମମହୋତ୍ସଭ ତଥା ଜନ୍ମାଷ୍ଟମୀ ଉପଲକ୍ଷେ ଏକ ବିଶାଳ ଯାଦବ ସମାବେଶ ଏବଂ ଭଦ୍ରକ ଜ଼ିଲ୍ଲାର ପ୍ରତ୍ୟେକ ଗାଁ ଠାରୁ ସହର ଅଭିମୁଖେ ଯାଦବ ଜାଗୃତି ରଥ ର ଶୁଭାରମ୍ଭ ନିମନ୍ତେ ଆଲୋଚନା କରିବା ସହିତ ତିହିଡି ଟାଉନ ହଲ ଠାରେ ଆସନ୍ତା ମାସରେ ରେ ଏକ ବ୍ଲକସ୍ତରୀୟ ଯାଦବ ସମାବେଶ, ଯାଦବ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷ୍ୟା, ସ୍ୱାସ୍ତ୍ୟ, ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ବିକାଶ ପାଇଁ ଆହ୍ୱାନ କରିଥିଲେ । ଏହି ସଭାରେରେ ମୁଖ୍ୟ ଅତିଥି ଚିତ୍ତରଞ୍ଜନ କଂସ ଯାଦବ, ଯାଦବ ନେତା ଶ୍ରୀଯୁକ୍ତ ସବ୍ୟସାଚୀ ମହଲା, ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବାରିକ, ଗିରିଗୋବର୍ଦ୍ଧନ ଯାଦବ ମହାସଂଘର ସାଧରଣସମ୍ପାଦକ ଶ୍ରୀ ପ୍ରତାପ କୁମାର ମହାକୁଡ଼, କୋଷାଦକ୍ଷ ଶ୍ରୀ ରାମଚନ୍ଦ୍ର ଦାସ, ଶଶୀକାନ୍ତ ଦାସ, ସର୍ବେଶ୍ୱର ବେହେରା, ଗଙ୍ଗାଧର ପାଣ୍ଡ୍ୱ, ପଦ୍ମନାଭ ଦାସ, ଚନ୍ଦନ ବାରିକ, ସମରେନ୍ଦ୍ର ବାରିକ, ଶଶୀକାନ୍ତ କବି, ଅନିରୁଦ୍ଧ ବାରିକ ପ୍ରମୁଖ ଯୋଗ ଦେଇଥିଲେ ।
