ଜୟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର ଉତ୍କଳ ଦିବସ ଓ ନୂତନ ଶିକ୍ଷାବର୍ଷ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପାଣିପାଗ ବିଭାଗର ଅଧିକାରୀ ମୁକ୍ତିକାନ୍ତ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ଚାର୍ଟାଡ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ବାରିକ ଯୋଗ ଦେଇମାର୍ଗଦର୍ଶନ କରିବା ସହିତ ବିଦ୍ୟାଳୟର ବିକାଶ ମୂଳକ କାର୍ଯ୍ୟ କରିବା ସହିତ ତାଙ୍କର ଜେଜେ ବାପାଙ୍କ ର ବାର୍ଷିକ ଉତ୍ସବରେ ସ୍ମୃତି ଉଦ୍ଦେଶ୍ୟରେ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନଙ୍କୁ ପୁରସ୍କୃତ କରିବାକୁ ଘୋଷଣା କରିଥିଲେ । ବିଦ୍ୟାଳୟର ଗୁରୁମା ପୂର୍ଣିମା ଖଟୁଆ, ରଶ୍ମିତା ନାୟକ, ପ୍ରତିଭା ରାଣୀ ସାହୁ ଓ ସେବତୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
