ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦର ଏକାଦଶ ବାର୍ଷିକ ସାରସ୍ୱତ ସମାରୋହ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ବିକାଶ ପରିଷଦର ଏକାଦଶ ବାର୍ଷିକ ସାରସ୍ୱତ ସମାରୋହ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ସଭାଗୃହରେ ଶିଳାଶ୍ରୀ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ସାହିତ୍ୟିକ ବିଭୂତିଭୂଷଣ ସେନାପତି ପୌରୋହିତ୍ୟ କରିଥିଲେ । ଏଥିରେ ବିଶିଷ୍ଠ ଆଲୋଚକ ଭାବେ ଓଡିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନର୍ଦ୍ଦେଶକ ପ୍ରଫେସର ଡ. ହରିହର କାନୁନଗୋ, ବିଶିଷ୍ଟ ଗୀତି କବି ଧନଂଜୟ ସ୍ୱାଇଁ, ରେଭେନ୍ସା ମହାବିଦ୍ୟାଳୟ ପ୍ରାଧ୍ୟାପିକା ଡଃ ବିଜୟଲକ୍ଷ୍ମୀ ଦାଶ, ରାଜ୍ୟପାଳ ପୁରସ୍କୃତ ପଣ୍ଡିତ ଦୈତ୍ୟାରି ମହାପାତ୍ର ଯୋଗଦାନ କରି ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ପ୍ରଧାନଶିକ୍ଷକ ସାହିତ୍ୟିକ ନିତ୍ୟାନନ୍ଦ ମଲ୍ଲିକ, ଭଦ୍ରକ ସାହିତ୍ୟ ପରିଷଦର ସଂପାଦକ ବିଜୟ ବହଳି ଓ ସ୍ମୃତି ସାନ୍ତ୍ୱନା ସଂପାଦିକା ସବିତା ବେହେରା ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ପରିଷଦ ତରଫରୁ ପ୍ରକାଶିତ ‘ସ୍ମୃତିଗୈାରବ’ ଓ ଶିକ୍ଷାବିତ୍ ବିଭୂତି ଭୂଷଣ ସେନାପତିଙ୍କ ରଚିତ ‘ବଳିଦାନ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ଶିଳାଶ୍ରୀ ସଂପାଦିକା ବାସନ୍ତୀ ଦାସ ସ୍ୱାଗତ ଭାଷଣ ପ୍ରଦାନ, ସହସଂପାଦକ ନୀଳମାଧବ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଷଦର ସଂପାଦିକା ସଂଯୁକ୍ତା ଭାରତୀ ପୁସ୍ତକ ସମୀକ୍ଷା ଓ ବିବରଣୀ ପାଠ କରିଥିଲେ । ପ୍ରଥମ ଅଧିବେଶନରେ କବି ସବିତା ଶତପଥୀ ଓ ଅଧ୍ୟାପିକା କବି ମମତା ସାହୁଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପତିଭା ବନ୍ଦନୀୟା କାର୍ଯ୍ୟକ୍ରମରେ ଡାକ୍ତର ସତ୍ୟନାରାୟଣ ସେନାପତି, ଓଡିଶା ପ୍ରଶାସନିକ ଅଧିକାରୀ ସୌମ୍ୟନାରାୟଣ ଜେନା ଓ ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଓମ୍ପ୍ରସାଦ ମହାପାତ୍ର (ଜନ୍)ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ କବି ପ୍ରଭାତ ନଳିନୀ ମହାପାତ୍ର, ସବିତା ଶତପଥୀ, ଶରତକୁମାର ସ୍ୱାଇଁ, ନିବେଦିତା ରଥ, ସଂଜୟ କୁମାର ସାହୁଙ୍କୁ ଶ୍ରେଷ୍ଠ କବିଭାବେ ସ୍ମୃତି ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । କବି ଆଶୁତୋଷ କରଣ, ସୁବାସ ମହାନ୍ତି ଓ ସ୍ମୃତିରଞନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
