୨୫ତମ ମା’ ତାରିଣୀ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ତାରିଣୀ ପଡ଼ିଆରେ ଚାଲିଥିବା ୨୫ତମ ମା’ ତାରିଣୀ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ କ୍ରେଜି ଇଲେଭେନ ଭଦ୍ରକ ଓ ଫିୟୁରିୟସ ଆଟାକ୍ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କ୍ରେଜି ଇଲେଭେନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ ଓଭରରେ ୭ଉଇକେଟ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା । ଜବାବରେ ଫିୟୁରିୟସ ଆଟାକ୍ ନିର୍ଦ୍ଧାରିତ ୧୭ ଓଭରରେ ୯ ଉଇକେଟ ହରାଇ ମାତ୍ର ୭୮ ରନ୍ ସଂଗ୍ରହ କରିଥିଲା । ଫଳରେ କ୍ରେଜି ଇଲେଭେନ ଚମ୍ପିଆନ ହୋଇଥିଲା । ଏହି ଅବସରରେ ଶିକ୍ଷକ କୃପାସିନ୍ଧୁ ମହାନ୍ତିଙ୍କ ପୌରୋହିତ୍ୟରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଜୀବନ ପତି, ଡ୍ରାଇଭର ସଂଘର ସଭାପତି ଦିଲୀପ ଦାସ, ଉପସଭାପତି ସୁଧାଂଶୁ ବେହେରା ପ୍ରମୁଖ ଯୋଗ ଦେଇ ଚମ୍ପିଆନ ଦଳକୁ ଟ୍ରଫି ସହ ନଗଦ ୧୫ ହଜାର ଏବଂ ରନର୍ସଅପ୍ ଦଳକୁ କପ୍ ସହ ୧୦ହଜାର ଟଙ୍କା ପୁରସ୍କୃତ କରିଥିଲେ । ମାନସ ନାୟକ ଓ ବିଶ୍ୱାନାଥ କରଣ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ସଞ୍ଜୟ ମଲ୍ଲିକ, ରାମଚନ୍ଦ୍ର ସାହୁ କାର୍ଯ୍ୟ ତୁଲାଇଥିଲା ବେଳେ ସତ୍ୟପ୍ରକାଶ ପତି ଏବଂ ରବିନ୍ଦ୍ର ପାଣି ଧାରାବିବରଣୀ ପ୍ରଦାନ କରିଥିଲେ । ଅଭୟ ନାୟକ, ଅଜୟ ମଲ୍ଲିକ, ବିଶ୍ୱନାଥ କରଣ, କିଶୋର ଚନ୍ଦ୍ର ରାଉଳ, ରବିନ୍ଦ୍ର ନାୟକ, ଦୟାନିଧି ପରିଡ଼ା, ମାୟାଧର ଜେନା, ସନାତନ କରଣ, ପ୍ରଦୀପ ରାଉଳ, ମୃତ୍ୟୁଞ୍ଜୟ କରଣ, ମାନସ ନାୟକ, ଈଶ୍ୱର ରାଉଳ, ସୁକାନ୍ତ ସମୀର ନାୟକ, ଦେବାଶିଷ କରଣ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
