ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ
ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ଖେରଙ୍ଗ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ପୀରହାଟ ଥାନା ଅଧୀନ ଜାମଯୋଡ଼ି ପ ।ୟତ ଦରପୁର ଗ୍ରାମର ଶବର ନାଥଙ୍କ ପୁଅ ପ୍ରମୋଦ ନାଥ (୫୫) ବୋଲି ଜଣାପଡ଼ିଛି । ପ୍ରକାଶ ଯେ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ପ୍ରମୋଦ ଏବଂ ସେହି ଗ୍ରାମର କହ୍ନେଇ ଦାସ ଓ ବିଜୟ ନାୟକ ଚାନ୍ଦବାଲିରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଖେରଙ୍ଗ ଛକ ନିକଟରେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ଫଳରେ ପ୍ରମୋଦ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ଗଦି ଦମକଳ ବାହିନୀ ସହାୟତାରେ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭ ିର୍ କରିଥିଲେ । ସେଠାରେ ଡାକ୍ତର ପ୍ରମୋଦଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଆହତ ବ୍ୟକ୍ତି ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଚାନ୍ଦବାଲି ପୁଲିସ ଏକ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
