ଜଗନ୍ନାଥ ମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ
କଟକ : ସ୍ଥାନୀୟ ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଆଜି ଉଦଯାପିତ ହୋଇଯାଇଛି । ଚାରି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ମନ୍ଦିର ପାଇଁ ଜମି ମୁକ୍ତ ହସ୍ତରେ ଦାନ କରିଥିବା ସମାଜସେବୀ ରାଜକୁମାରୀ ସ୍ୱାଇଁ, ଏସିପି ଚନ୍ଦନ ଘଡେଇ, ସଦର ଥାନା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର, ଓଟିଭି ପ୍ରତିନିଧି ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ମଣ୍ଡଳି ଓ ସ୍ଥାନୀୟ ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଖଣିଜ ସଂପଦ ସୁରକ୍ଷା ପାଇଁ ଗଠିତ ସ୍କ୍ୱାଡର ଡିଡିଏମ ଦିଲ୍ଲିପ କୁମାର ସାହୁ, ଏସସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବରିଷ୍ଠ ଡାକ୍ତର ତଥା ବାଲିକୁଦା ଏସବିଏମ ମେମୋରିଆଲ ହସ୍ପିଟାଲର ପ୍ରତିଷ୍ଠାତା ଡା. ବିଭୁତି ଭୁଷଣ ନାୟକ, ସୁନାମଧନ୍ୟ ଡାକ୍ତର ମାନସ ରଂଜନ ନାୟକ, ପୂର୍ବତନ କର୍ପୋରେଟର ରାଜକୁମାରୀ ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୀତବାସ ସାହୁଙ୍କ ପରିଚାଳନାରେ ଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।
