ଓଡ଼ିଶା ହାଇକୋର୍ଟରେ ୨୩୪ଟି ପଦବୀ ପୂରଣ ପାଇଁ ବିଜ୍ଞପ୍ତି, ଆବେଦନ ପ୍ରକ୍ରିୟା ଆରମ୍ଭ
କଟକ : ଯୁବପୀଢ଼ିଙ୍କ ପାଇଁ ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ପାଇପାରିବେ ନିଯୁକ୍ତି। ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ମାନେ ବାହାରିଥିବା ପଦବୀ ପାଇଁ କରିପାରିବେ ଆବେଦନ । ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ହାଇକୋର୍ଟରେ ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜରିଆରେ ଓଡିଶା ହାଇକୋର୍ଟର ମୋଟ ୨୩୪ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୧୯୯ଟି ପଦବୀ ସହକାରୀ ବିଭାଗ ଅଧିକାରୀ ପଦବୀ ନିମନ୍ତେ ହୋଇଥିବା ବେଳେ ୩୫ଟି ଜୁନିଅର ଷ୍ଟେନୋଗ୍ରାଫର ପଦବୀ ରହିଛି । ତେବେ ଏହି ପଦବୀ ପାଇଁ ମାର୍ଚ୍ଚ ଏକ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ୨୦ ତାରଖ ଯାଏଁ ଆବେଦନର ସମୟସୀମା ରହିଛି ।
ଏଥିସହ ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧ ଅଗଷ୍ଟ ୨୦୨୩ ସୁଦ୍ଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଆଶାୟୀ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି ।
