୨୩୬ ଗ୍ରାମ୍ ହେରୋଇନ ଜବତ, ୨ ଗିରଫ
କଟକ : ରାଜ୍ୟ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଫ୍ଲାଇଙ୍ଗ ସ୍କ୍ୱାଡର କର୍ମଚାରୀମାନେ ଆଜି ସଦର ଥାନା ଅନ୍ତର୍ଗତ ଫୁଲନଖରା ଛକଠାରେ ଚଢଉ କରି ଏକ ହିରୋ ଗ୍ଲାମର ବାଇକରେ ଯାଉଥିବା ଦୁଇ ଜଣ ଅସାମାଜିକ ଯୁବକଙ୍କୁ ଗିରଫ ସହିତ ସେମାନଙ୍କଠାରୁ ୨୩୬ ଗ୍ରାମ ଓଜନର ହେରୋଇନ ଓ ଗ୍ଲାମର ବାଇକ(ଓଡି-୦୫-ଏଟି-୧୫୩୨)କୁ ଜବତ କରିଛନ୍ତି । ଗିରଫ ଯୁବକଦ୍ୱୟ ନିଆଳି ଅଂଚଳର ବିକାଶ ରାଉତ(୩୩) ଓ ପ୍ରକାଶ ସ୍ୱାଇଁ(୪୩) । ଜବତ ସମଗ୍ରୀର ମୂଲ୍ୟ ୨୩ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ଇନ୍ସପେକ୍ଟର ଦିଲ୍ଲିପ କୁମାର ବେହେରା, ଏସଆଇ ମୋଜି ସବର, ଏଏସଆଇ ନଟବର ମଲ୍ଲିକ, ରାଜକିଶୋର ନାଏକଙ୍କ ସମେତ ଅନ୍ତର୍ଯ୍ୟାମୀ ଆରଏନ ମଲ୍ଲିକ, ଦିଲିପ କୁମାର ନନ୍ଦ, ରୋଜାଲିନ ପଟ୍ଟନାୟକ, ଦେବାଶିଷ ବେହେରା ପ୍ରମୁଖ ସାମିଲ ଥିଲେ ।
